ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜନସଂଖ୍ୟା ବୃଦ୍ଧିକୁ ଦେଖି ଅନେକ ଦେଶ ସନ୍ତାନ ପ୍ରସବ ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ ଜାରି ରଖିଛନ୍ତି। କିଛି ଦେଶରେ ଗୋଟିଏ ଦମ୍ପତ୍ତି ୨ରୁ ଅଧିକ ସନ୍ତାନ ପ୍ରସବ କରିପାରିବେ ନାହିଁ ବୋଲି ମଧ୍ୟ କୁହାଯାଇଛି। ହେଲେ ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯିଏ ପ୍ରତି ସପ୍ତାହରେ ପିତା ହେଉଛନ୍ତି। ଆଉ ଏବେ ସେ ୮ଶହ ସନ୍ତାନର ଜନକ ବୋଲି କୁହାଯାଉଛି।

କଥାଟା ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ବିଲକୁଲ ସତ। ସାଇମନ୍ ୱାଟସନ ନାମକ ଏହି ବ୍ୟକ୍ତି ହେଉଛନ୍ତି ଜଣେ ସ୍ପର୍ମ ଡୋନର। ସୋସିଆଲ ମିଡିଆ ମାଧ୍ୟମରେ ସେ ଏହି କାମ କରି ଆସୁଛନ୍ତି। ତେବେ ତାଙ୍କର ୮ ଶହ ସନ୍ତାନ ବିଭିନ୍ନ ଦେଶରେ ରହିଥିବା ସେ କୁହନ୍ତି। ସ୍ପେନରୁ ଆରମ୍ଭ କରି ତାଇୱାନ ପର୍ଯ୍ୟନ୍ତ ପ୍ରତି ସପ୍ତାହରେ କେଉଁଠି ନା କେଉଁଠି ସାଇମନଙ୍କ ସନ୍ତାନ ଜନ୍ମଲାଭ କରିଥାଏ। ତେବେ ତାଙ୍କର ଏହି ସଫଳତା ପଛର କାରଣ ହେଉଛି ସେ ଖୁବ୍ କମ୍ ଦାମରେ ସ୍ପର୍ମ ଡୋନେଟ୍ କରନ୍ତି।

ତେଣୁ ଯେଉଁଠି ଲୋକେ ଏଥିପାଇଁ ବଡ ବଡ କ୍ଲିନକରେ ବେଶୀ ପରିମାଣର ଅର୍ଥ ଖର୍ଚ୍ଚ କରୁଛନ୍ତି ସେମାନେ ଯଦି ସାଇମନଙ୍କ ଠିକଣା ପାଇଯାଆନ୍ତି ତାଙ୍କୁ ହିଁ ବାଛି ନିଅନ୍ତି। ସାଇମନଙ୍କର ଇଚ୍ଛା ଅଛି ସେ ସବୁଠାରୁ ଅଧିକ ସନ୍ତାନର ପିତା ହୋଇ ବିଶ୍ୱ ରେକର୍ଡ କରିବେ। ଅବଶ୍ୟ ଏଥିଲାଗି ସେ ନିୟମିତ ଭାବେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥାଆନ୍ତି ଓ ଏହି ରିପୋର୍ଟକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥାଆନ୍ତି। ଫଳରେ ଲୋକଙ୍କର ତାଙ୍କ ପ୍ରତି ବିଶ୍ୱାସ ବଢିବ।

Comment