ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଦିନକ ପୂର୍ବରୁ ବିଜେଡି ଛାଡ଼ିଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଶନିବାର ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବଳଭଦ୍ର ମାଝି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

୨କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଉପସ୍ଥିତିରେ ଶ୍ରୀଯୁକ୍ତ ମାଝି ପଦ୍ମ ଧରିଛନ୍ତି। ଏହି ମିଶ୍ରଣ କାର୍ଯ୍ୟାକ୍ରମରେ ବିଜେପି ସଭାପତି ବସନ୍ତ ପଣ୍ଡା, ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ପ୍ରଭାରୀ ଉପସ୍ଥିତି ଥିଲେ।

ବଳଭଦ୍ର ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଥିଲେ କି ତାଙ୍କୁ ଦଳରେ ଅଣଦେଖା କରାଯାଉଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଥିବା ବଳଭଦ୍ର  ତାଙ୍କ ଇସ୍ତଫାପତ୍ରରେ ଦର୍ଶାଇ ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।

Comment