ଓଡ଼ିଶାଲାଇଭ୍‌ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର) : ନବରଙ୍ଗପୁରରେ ଥିବା ବିଭିନ୍ନ ଘରୋଇ ସ୍କୁଲକୁ ଏନଓସି ଦେବାରେ ବିଳମ୍ବ କରୁଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ। ଫଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରୁ ନାହାନ୍ତି। ଅଭିଭାବକମାନେ ଆଦର୍ଶ ବିଦ୍ୟାଳୟ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ତାଲା ପକାଇବାକୁ ଚେତବାନୀ ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରେ ୬୭ଟି ଘରୋଇ ଶିକ୍ଷାନୁଷ୍ଠାନ ରହିଛି। ସ୍କୁଲ କର୍ତ୍ତୃପକ୍ଷ ଏନଓସି ପାଇଁ ଓପେପା ନିକଟରେ ଅନଲାଇନ ଆବେଦନ କରିଛନ୍ତି। ସେଥି ମଧ୍ୟରୁ ୭ଟି ବିଦ୍ୟାଳୟ ୨୦୧୭ରେ ଏନଓସି ପାଇଛନ୍ତି। ଜିଲ୍ଲା ଶିକ୍ଷା ବିଭାଗ ତଦନ୍ତ କରିବା ପରେ ୩୭ଟି ବିଦ୍ୟାଳୟର ଆବଶ୍ୟକୀୟ କାଗଜପତ୍ର ଦେଇଥିଲେ। ଅନଲାଇନ ରିପୋର୍ଟ ଯିବାପରେ ୫ଟି ବିଦ୍ୟାଳୟକୁ ଚଳିତ ବର୍ଷ ଏନଓସି ପ୍ରଦାନ କରାଯାଇଛି। ଅନ୍ୟ ବିଦ୍ୟାଳୟଗୁଡ଼ିକ ଏ ପର୍ଯ୍ୟନ୍ତ ଆବଶ୍ୟକୀୟ କାଗଜପତ୍ର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଦାଖଲ କରି ନଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ପାପଡାହାଣ୍ଡି ବ୍ଲକ ସଦର ମହକୁମାରେ ଥିବା ସରସ୍ଵତୀ ଶିଶୁମନ୍ଦିର ଓ ତେନ୍ତୁଳିଖୁଣ୍ଟିବ୍ଲକ ଅଞ୍ଚଳଗୁମ୍ମା ସରସ୍ୱତୀ ଶିଶୁମନ୍ଦିରର ଏନଓସି ନଥିବାରୁ ସେଠାକାର ଛାତ୍ରଛାତ୍ରୀମାନେ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆବେଦନ କରିଥିଲେ। ହେଲେ ସେମାନଙ୍କ ଆବେଦନକୁ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଭାବକମ।ନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଜଣାଇଥିଲେ।

ପିଲାମାନେ କିପରି ଆଦର୍ଶ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ ସେନେଇ ବ୍ୟବସ୍ଥା କହିଛନ୍ତି ପାପଡାହାଣ୍ଡି ବ୍ଲକର ଅଭିଭାବକ କୃଷ୍ଣ ଚନ୍ଦ୍ର ହରିଜନ, କର୍ଣ୍ଣ ନାୟକ, ବନମାଳୀ ନାୟକ ଓ ତେନ୍ତୁଳିଖୁଣ୍ଟିବ୍ଲକର ସନୁ ଜ।ନୀ, ନୀଳ ଖୁଣ୍ଟି, ଖଗେଶ୍ୱର ମାଝି, ନରେନ୍ଦ୍ର ମାଝି ପ୍ରମୁଖ।

ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ ଯେ ଜିଲ୍ଲାର ୧୨ଟି ବିଦ୍ୟାଳୟ ଏନଓସି ପାଇଛନ୍ତି ଏବଂ ଅନ୍ୟ ବିଦ୍ୟାଳୟଗୁଡ଼ିକ ଆବେଦନ କରିଛନ୍ତି। ସରକାରଙ୍କୁ ତଦନ୍ତ ରିପୋର୍ଟ ମଧ୍ୟ ଦିଆଯାଇଛି। ଉପରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁଯାୟୀ କାର୍ଯ୍ୟ କରାଯିବ।

LEAVE A REPLY

Please enter your comment!
Please enter your name here