ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିଜେପି ଶୁକ୍ରବାର ଘୋଷଣା କରିଥିବା ୨୨ବିଧାନସଭା ଆସନ ମଧ୍ୟରେ ଏକ ମାତ୍ର ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ଦଳ। ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଲାଗି ବିଜେପି ପିଙ୍କି ପ୍ରଧାନଙ୍କୁ ପ୍ରାର୍ଥୀ ଭାବେ ଘୋଷିତ କରିଛି।

ଅଭିନେତ୍ରୀରୁ ନେତ୍ରୀ ଆଉ ଏବେ ବିଧାନସଭା ଆସନ ଲାଗି ନିର୍ବାଚନ ମୈଦାନକୁ ଓହ୍ଲାଇବେ ପିଙ୍କି ପ୍ରଧାନ। ପିଙ୍କି ଦିଗପହଣ୍ଡିରେ ବିଜେଡିର ବରିଷ୍ଠ ନେତା ତଥା ଏଥରର ପ୍ରାର୍ଥୀ ସୂର୍ଯ୍ୟ ନାରାୟଣ ପାତ୍ର ଓ କଂଗ୍ରେସର ପ୍ରଫୁଲ୍ଲ ପଣ୍ଡାଙ୍କ ସହ ଟକ୍କର ଦେବେ।

ବିଜେପି ପିଙ୍କିଙ୍କୁ ପ୍ରାର୍ଥୀ କରିବା ପରେ ପିଙ୍କି କହିଛନ୍ତି, “ମୁଁ ଦିଗପହଣ୍ଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିକାଶକୁ ଉପସ୍ଥାପନ କରିବି। ଦିଗପହଣ୍ଡି ମୋ ଶାଶୂଘର। ସେଠାରେ ମୁଁ ଜଣେ ବୋହୂ ହିସାବରେ ନିର୍ବାଚନ ଲଢ଼ିବି।”

ତେବେ ଏବେ ଯାଏଁ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ପିଙ୍କି ପ୍ରଧାନଙ୍କ ସହ ମୋଟ ୧୦ଜଣ ମହିଳାଙ୍କ ନାଁ ଅଛି।

Comment