ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଟୋକୁ ପିଟିଲା ବସ୍‌। ଫଳରେ ଅଟୋରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆମ୍ବଗଡ଼ାଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୬ ଜଣଙ୍କ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ବସ୍‌କୁ ଜବତ କରିଛି। ମୃତକ ମହିଳା ଓ ୬ ଗୁରୁତର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି। ସେମାନଙ୍କ ଘର କେଉଁଠି ବର୍ତ୍ତମାନ ଜଣାପଡ଼ିନି।

Comment