ଓଡ଼ିଶାଲାଇଭ୍‌ ବ୍ୟୁରୋdeepika

ରଣବୀର ସିଂହଙ୍କୁ ବିବାହ କରିବା ପରେ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣିଥରେ କାମ କରିବା ଆରମ୍ଭ କରିଦେଇଛନ୍ତି। ବିବାହ ପରେ ତାଙ୍କର ପ୍ରଥମ ଫିଲ୍ମ ପରଦାକୁ ଆସିବାକୁ ଯାଉଛି। ଏହି ଫିଲ୍ମର ଟାଇଟଲ ରହିଛି ‘ଛପାକ’। ଏହି ଫିଲ୍ମରେ ଦୀପିକା ଲିଡ୍‌ ରୋଲରେ ନଜର ଆସିବେ।

ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମେଘନା ଗୁଲଜାର। ଦୀର୍ଘ ଦିନରୁ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିଲା। ସୋମବାର ଫିଲ୍ମରେ ଦୀପିକାଙ୍କ ପ୍ରଥମ ଲୁକ୍‌ ସାମ୍ନାକୁ ଆସିଛି।

ଦୀପିକାଙ୍କ ଏହି ଲୁକ୍‌ ଦେଖିଲେ ତାଙ୍କୁ ଚିହ୍ନିବା କଷ୍ଟ ହୋଇପଡ଼ିବ। ଫିଲ୍ମରେ ଦୀପିକା ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲ ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ ଲକ୍ଷ୍ମୀଙ୍କ ଜୀବନ ଉପରେ ଆଧାରିତ ହୋଇଛି।

LEAVE A REPLY

Please enter your comment!
Please enter your name here