ଓଡ଼ିଶାଲାଇଭ୍ ବ୍ୟୁରୋabhinandan

ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ ସ୍ଵାସ୍ଥ୍ୟଗତ ସମସ୍ୟା ନେଇ ୪ସପ୍ତାହ ଛୁଟିରେ ଅଛନ୍ତି। ଅଭିନନ୍ଦନଙ୍କୁ ଚିକିତ୍ସା କରୁଥିବା ହସ୍ପିଟାଲ ପକ୍ଷରୁ ତାଙ୍କୁ ଛୁଟି ନେବାକୁ କୁହାଯାଇଥିଲା।  ସେହି ଅନୁସାରେ ସେ ଏହି ସମୟ, ଛୁଟିରେ ଅଛନ୍ତି।

କିନ୍ତୁ ଏହି ୪ ସପ୍ତାହ ସେ ନିଜ ପରିବାର ସହ ନୁହଁ ବରଂ ଶ୍ରୀନଗରରେ ଥିବା ବାୟୁସେନାର ସ୍ଵାଡ୍ରନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଯେଉଁ ସ୍ଥାନରେ ସେ କାମରେ ନିୟୋଜିତ ଥିଲେ ସେହି ସ୍ଥାନରେ ହିଁ ଏହି ଛୁଟି କାଟିବେ ବୋଲି ଅଭିନନ୍ଦନ ନିଷ୍ପତ୍ତି ନେଇଛନ୍ତି।

ନିୟମ ଅନୁସାରେ ସିକ୍‌ ଲିଭ୍‌ ସମୟରେ ଜଣେ ବାୟୁସେନା ଅଧିକାରୀ କେଉଁଠି ରହିବେ  ସେ ନିଷ୍ପତ୍ତି ନେବାର ସ୍ଵାଧୀନତା ଥାଏ।

ଗତ ଫେବ୍ରୁଆରି ୨୭ରେ ପାକିସ୍ତାନର ଯୁଦ୍ଧ ବିମାନ ଏଫ୍-୧୬କୁ ଖାସାଇଥିଲା ମିଗ୍-୨୧ ଯେଉଁଥିରେ ପାଇଲଟ ଥିଲେ ଅଭିନନ୍ଦନ। ଆଉ ଏଥିରେ ଭାରତୀୟ ପାଇଲଟ ଦୁର୍ଭାଗ୍ୟବଶତଃ ଇସଲାମାବାଦ ସେନା କବଜାକୁ ଚାଲି ଯାଇଥିଲେ।

LEAVE A REPLY

Please enter your comment!
Please enter your name here