ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ମାର୍ଚ୍ଚ ୨୦ରେ ଲଣ୍ଡନରେ ଗିରଫ ହୋଇଥିଲେ। ଜାମିନ ପାଇବା ପାଇଁ ନୀରବ ୱେଷ୍ଟମିନିଷ୍ଟର କୋର୍ଟରେ ଆବେଦନ କରିଥିଲେ। ନୀରବ ମୋଦିଙ୍କ ଆବେଦନ ଉପରେ ଶୁକ୍ରବାର କୋର୍ଟରେ ଶୁଣାଣି ହେବ।

ନୀରବ ମାର୍ଚ୍ଚ ୨୦ରେ ଗିରଫ ହୋଇଥିଲେ। ଗିରଫ ହେବା ପରେ ତାଙ୍କୁ ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟରେ ହାଜର କରାଯାଇଥିଲା।

ନୀରବ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୩ ହଜାର କୋଟିରୁ ଅଧିକ ଟଙ୍କା ଠକେଇ କରି ଭାରତରୁ ଫେରାର ରହିଥିଲେ।

୧୩ ମାସ ଧରି ନୀରବକୁ ଠାବ କରିବା ପାଇଁ ପ୍ରୟାସ ଚାଲିଥିଲା। ନୀରବଙ୍କୁ ରେଡକର୍ଣ୍ଣର ନୋଟିସ୍‌ ଜାରି ହୋଇଥିଲା। ଲଣ୍ଡନର ୱେଷ୍ଟମିନିଷ୍ଟର କୋର୍ଟ ଗିରଫ ପାଇଁ ୱାରେଣ୍ଟ ଜାରି କରିଥିଲେ।

Comment