ଓଡ଼ିଶଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ପ୍ରାର୍ଥିପତ୍ର ଦାଖଲ କରିବେ। ଅମିତ ଶାହ ଗାନ୍ଧିନଗର ଲୋକସଭା ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିବେ।

ଏହି ସମୟରେ ରାଜନାଥ ସିଂ,ନୀତନ ଗଡକରୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ। ଏନଡିଏର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଦାଖଲ କରିବେ ଅମିତ ଶାହ।

ଅମିତ ଶାହ ପ୍ରଥମ ଥର ଲାଗି ଗାନ୍ଧିନଗର ଆସନରୁ ନିର୍ବାଚନ ଲଢ଼ିବେ ପୂର୍ବରୁ ଏହି ଆସନରେ ଲାଲକୃଷ୍ଣ ଆଡଭାନୀ ନିର୍ବାଚନ ଲଢ଼ି ଆସୁଥିଲେ। ପ୍ରାର୍ଥିପତ୍ର ଦାଖଲ ସହ ଶାହ ଏକ ରୋଡ ଶୋ କରିବାର ମଧ୍ୟ କାର୍ଯ୍ୟକ୍ରମ ଅଛି।

ଶାହ ଏବେ ଗୁଜୁରାଟରୁ ରାଜ୍ୟସଭା ସଦସ୍ୟ ଅଛନ୍ତି। ଯଦି ଦେଖଯାଏ ଗାନ୍ଧିନଗର ହେଉଛି ବିଜେପିର ଗଡ଼ କାରଣ ୧୯୯୮ ମସିହାରୁ ଏହି ଆସନରେ ଆଡଭାନୀ ନିର୍ବାଚନ ଲଢ଼ି ଜିତି ଆସୁଥିଲେ।

Comment