ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଅଝିଅଙ୍କ ବିବାହକୁ ନେଇ ମାତାପିତା କେତେ ସ୍ୱପ୍ନ ଦେଖୁଥାନ୍ତି। ଧୂମଧାମରେ ବିବାହ ଉତ୍ସବ ପାଳନ କରିଥାନ୍ତି। ବିବାହ ସମୟରେ ଝିଅକୁ ଯାନିଯୌତୁକ ଦେଇ ଶାଶୂଘର ପଠାଇବା ପ୍ରଥା ପୌରାଣିକ ଯୁଗରୁ ରହିଆସିଛି। ଝିଅ ଶାଶୂଘର ଯିବା ସମୟରେ ଆସବାବପତ୍ର ଏବଂ ଅଳଙ୍କାର ଆଦି ଦିଆଯାଇଥାଏ। କିନ୍ତୁ କେବେ ଶୁଣିଛନ୍ତି ବିବାହ ସମୟରେ ମାତାପିତା ନିଜ ଝିଅକୁ ବିଷଧର ସାପ ଯୌତୁକ ଦେଇଥାନ୍ତି। ଏହା ବିଶ୍ୱାସ ନ ହେଲେ ବି ସତ।

ମଧ୍ୟପ୍ରଦେଶର ଗୌରିଆ ସମ୍ପ୍ରଦାୟରେ ଏମିତି ପ୍ରଥା ରହିଛି ଝିଅ ବିବାହ ସମୟରେ ଯୌତୁକ ବାବଦରେ ସାପ ଦିଆଯାଏ।  ଗୋଟିଏ କି ଦୁଇଟି ନୁହେଁ  ଏକାଥରକେ ୨୧ଟି ସାପ ଯୌତୁକ ଆକାରରେ ଦିଆଯାଏ।  କୌଣସି ମାମୁଲି ସାପ ନୁହେଁ ବିଷଧର ସାପଗୁଡ଼ିକୁ ଯୌତୁକରେ ଦିଆଯାଇଥାଏ।

ସାପ ଯୌତୁକ ଦେବା ପଛରେ ଦୁଇଟି କାରଣ ରହିଛି। ପ୍ରଥମଟି ହେଲା ଝିଅକୁ ସାପ ଯୌତୁକ ଦେଲେ ଜ୍ୱାଇଁ ଏହାକୁ ନେଇ ରୋଜଗାର କରି ପରିବାର ପ୍ରତିପୋଷଣ କରିପାରିବ। ଆଉ ଗୋଟିଏ କାରଣ ହେଲା ଯଦି ଝିଅକୁ ସାପ ଯୌତୁକ ଦିଆଯିବ ନାହିଁ ତେବେ ଝିଅ-ଜ୍ୱାଇଁଙ୍କ ସମ୍ପର୍କ ଭାଙ୍ଗିଯିବା ବିଶ୍ୱାସ କରନ୍ତି ଲୋକେ। ଏହା ବ୍ୟତୀତ ଗୌରିଆ ସମାଜର ସାପ ପାଳନ କରିବା ହେଉଛି ପେସା । ଏହି ପେସା ଦ୍ୱାରା ସେମାନେ ଜୀବନ ଜୀବିକା ନିର୍ବାହ କରନ୍ତି। ତେଣୁ ବିବାହ ସମୟରେ ଝିଅକୁ ବିଷଧର ସାପ ଯୌତୁକ ଦେବା ପ୍ରଥା ଚଳିଆସୁଛି।

Comment