ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

Lalitendu Bidyadhar Mohapatra filing nomination for Brahmagiri assembly constituency - Odisha Election 2019

ବ୍ରହ୍ମଗିରି ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ବୁଧବାର ଦିନ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ହଜାର ହଜାର ସମର୍ଥକଙ୍କ ସହ ଏକ ବିଶାଳ ଶୋଭଯାତ୍ରାରେ ବ୍ରହ୍ମଗିରିରୁ ବାହାରି ଥିଲେ ଲଳିତେନ୍ଦୁ। ପୁରୀ ଆସି ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

Upasana Mohapatra on Campaigning

ଆଜି ଲଳିତେନ୍ଦୁଙ୍କ ରାଲିରେ ଯୋଗଦେଇଥିଲେ ବ୍ରହ୍ମଗିରିର ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର। ଏକ ସୁସଜ୍ଜିତ ଖୋଲା ଗାଡ଼ିରେ ଉପାସନା ଠିଆ ହୋଇ ବିଜେପି ସମର୍ଥକମାନଙ୍କୁ ଉତ୍ସାହିତ କରିଥିଲେ।

ଲଳିତେନ୍ଦୁଙ୍କ ରାଲିରେ ବ୍ରହ୍ମଗିରିରୁ ଯୋଗ ଦେଇଥିଲେ ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର। ସମ୍ବିତ୍‌ଙ୍କ ସହ ତାଙ୍କର ସମର୍ଥକମାନେ ମଧ୍ୟ ଏହି ବିଶାଳ ରାଲିରେ ଯୋଡ଼ି ହୋଇଥିଲେ।

Grand bike rally of Lalitendu Bidyadhar Mohapatra while filing nomination for Brahmagiri assembly constituency - Odisha Election 2019

ପୁରୀ ବିଧାନସଭା ଆସନ ପାଇଁ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀ ମଧ୍ୟ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।

ଆଜି ଲଳିତେନ୍ଦୁ ପ୍ରାର୍ଥିପତ୍ର ଦାଖଲ ପାଇଁ ରିଟର୍ଣ୍ଣିଂ ଅଫିସରଙ୍କ ପ୍ରକୋଷ୍ଟକୁ ଯିବା ପରେ ଉପାସନାଙ୍କୁ ପୋଲିସ ଗେଟ୍‌ ପାଖରେ ଅଟକାଇ ଦେଇଥିଲା। ଏହାକୁ ନେଇ ବିଜେପିର ସମର୍ଥକମାନେ କିଛି ସମୟ ପାଇଁ ହଙ୍ଗାମା କରିଥିଲେ। ପରେ ଉପାସନା ଭିତରକୁ ଯାଇଥିଲେ।

ବ୍ରହ୍ମପୁର ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ପାଇଁ ବିଜେପି ଲଳିତେନ୍ଦୁଙ୍କୁ ଟିକେଟ୍‌ ଦେଇଛି। ଲୁଲୁ ମହାପାତ୍ରଙ୍କ ଦେହାନ୍ତ ପରେ ତାଙ୍କ ପରିବାର କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ। ଲଳିତେନ୍ଦୁଙ୍କ ସହ ତାଙ୍କ ଝିଆରି ଅର୍ଥାତ ଲୁଲୁଙ୍କ ଝିଅ ଉପାସନା ପ୍ରତ୍ୟେକ୍ଷ ରାଜନୀତିରେ ଯୋଗ ଦେଇଛନ୍ତି। ଚଳିତ ନିର୍ବାଚନରେ ଉପାସନା ପ୍ରଚାର ବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ଦେଖିବାକୁ ମିଳିଛି।

Comment