ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ବିଜେଡିରୁ ରବୀନ୍ଦ୍ର ଜେନା
  • ୨୦୧୪ରେ ନିର୍ବାଚନ ଜିତିଥିଲେ ରବୀନ୍ଦ୍ର
  • ବିଜେପିର ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ
  • ପ୍ରାର୍ଥୀ ବଦଳାଇଲା କଂଗ୍ରେସ
  • ନବଜ୍ୟୋତି ପଟ୍ଟନାୟକଙ୍କୁ କଂଗ୍ରେସ ଟିକେଟ

କିଏ ଜିତିବ ବାଲେଶ୍ୱର ଲୋକସଭା ଆସନ? ବିଜେଡି ହାତରୁ ବିଜେପି ଏଥର କ୍ଷମତା ଛଡ଼ାଇ ନେବାରେ ସମର୍ଥ ହେବ ନା କଂଗ୍ରେସ ତାର ଦୁର୍ଗ ରକ୍ଷା କରିବ? ଏହାକୁ ନେଇ ସାରା ବାଲେଶ୍ୱରରେ ଚାଲିଛି ଜୋରଦାର ଚର୍ଚ୍ଚା।

ବାଲେଶ୍ୱର ଲୋକସଭା ଆସନରେ ଏଥର ପ୍ରାର୍ଥୀ ହୋଇଛନ୍ତି ତିନି ଟାଣୁଆ ନେତା। ଦୁଇ ଜଣ ଅଭିଜ୍ଞଙ୍କୁ ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ କିନ୍ତୁ ନୂଆ ମୁହଁଙ୍କ ଉପରେ ଭରସା କରିଛିା

ବିଜେଡି ରବୀନ୍ଦ୍ର ଜେନାଙ୍କ ଉପରେ ଭରସା କରିଥିବା ବେଳେ ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କୁ ପୁଣି ରିପିଟ୍ କରିଛିା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସା

ପୁଣି ଲୋକସଭା ଯିବାକୁ ଅଙ୍କ କଷୁଛନ୍ତି ରବୀନ୍ଦ୍ର

୨୦୧୪ରେ ବିଜେଡି ଟିକେଟରେ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ରବୀନ୍ଦ୍ର ଜେନା। ହେଲେ ସି-ସୋର ଚିଟଫଣ୍ଡ ଲିଙ୍କରେ ରବୀନ୍ଦ୍ରଙ୍କ ନାଁ ଉଠିବା ପରେ ସେ ବିବାଦୀୟ ହୋଇ ପଡ଼ିଥିଲୋ ୨୦୧୯ରେ ସେ ଟିକେଟ ପାଇବେ ନାହିଁ ବୋଲି ଚର୍ଚ୍ଚା ହେଉଥିଲା। ରବୀନ୍ଦ୍ରଙ୍କ ବଦଳରେ ତାଙ୍କ ସ୍ତ୍ରୀ ସୁବାସିନୀ ଜେନାଙ୍କୁ ବିଜେଡି ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଶେଷରେ ରବୀନ୍ଦ୍ରଙ୍କୁ ଭରସା କରିଛି ବିଜେଡିା

ରବୀନ୍ଦ୍ର ଗତ ନିର୍ବାଚନରେ ୪ ଲକ୍ଷ ୩୩ ହଜାର ୭୬୮ ଭୋଟ ପାଇଥିଲୋ ୨୦୧୯ରେ ଭୋଟ ବ୍ୟବଧାନ ରବୀନ୍ଦ୍ରଙ୍କର କମିପାରେ ବୋଲି କୁହାଯାଉଛିା

ବିଜେପିର ଭରସା ପ୍ରତାପ

ବିଜେପିର ଜଣେ ଦକ୍ଷ ସଙ୍ଗଠକ ଭାବେ ପରିଚୟ ହାସଲ କରିଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେଡି ପୁଣି ଭରସା କରିଛିା ବାଲେଶ୍ୱର ଲୋକସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରିଛିା ୨୦୧୪ରେ ପ୍ରତାପଙ୍କୁ ବିଜେପି ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଲଢ଼ାଇଥିଲା। ପ୍ରତାପ ମାତ୍ର ୨ ଲକ୍ଷ ୯୧ ହଜାର ୯୪୩ ଭୋଟ ପାଇ ରବୀନ୍ଦ୍ର ଜେନାଙ୍କଠାରୁ ପରାଜିତ ହୋଇଥିଲୋ ପ୍ରତାପ ନୀଳଗିରି ବିଧାନସଭା ଆସନରୁ ବିଧାୟକ ଭାବେ ଜିତି ଥିଲୋ ସଂଘ ପରିବାରର ଆଗଧଡ଼ିର ସଦସ୍ୟ ପ୍ରତାପ ବିଜେପିର ଫାୟାରବ୍ରାଣ୍ଡ ନେତା ଭାବେ ପରିଚିତା ମୋଦି ହାଓ୍ୱା ଏବଂ ଗତ ପାଞ୍ଚ ବର୍ଷର ସଙ୍ଗଠନ ବଳରେ ପ୍ରତାପ ଲୋକସଭା ଯିବା ପାଇଁ ଗୋଟି ଚାଳନା କରୁଛନ୍ତିା

କଂଗ୍ରେସର ନୂଆ ମୁହଁ

କଂଗ୍ରେସ ଏଥର ବାଲେଶ୍ୱର ଲୋକସଭା ଆସନରେ ପ୍ରାର୍ଥୀ ବଦଳାଇଛିା ଗତ ଦୁଇଟି ନିର୍ବାଚନରେ ଏଠାରୁ କଂଗ୍ରେସର ପ୍ରାର୍ଥୀ ହେଉଥିଲେ ଶ୍ରୀକାନ୍ତ ଜେନା। ୨୦୦୯ରେ ଶ୍ରୀକାନ୍ତ ଏହି ଆସନରୁ ଜିତି କେନ୍ଦ୍ର ମନ୍ତ୍ରୀ ହୋଇଥିଲୋ କିନ୍ତୁ ୨୦୧୪ରେ ପରାଜୟ ମୁହଁ ଦେଖିଥିଲେ ଶ୍ରୀକାନ୍ତା ୨ ଲକ୍ଷ ୭୭ ହଜାର ୫୧୭ ଭୋଟ ପାଇଥିଲେ ଶ୍ରୀକାନ୍ତା  ନିକଟରେ ଶ୍ରୀକାନ୍ତ କଂଗ୍ରେସରୁ ବହିଷ୍କାର ହୋଇଛନ୍ତିା

କଂଗ୍ରେସ ଏହି ଆସନରେ ନୂଆ ମୁହଁ ଭାବେ ନବଜ୍ୟୋତି ପଟ୍ଟନାୟକଙ୍କୁ ଟିକେଟ ଦେଇଛିା ନବଜ୍ୟୋତି ହେଉଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଆ ସେ ବାଲେଶ୍ୱର ପାଇଁ ନୂଆ ମୁହଁ। ଏହାଛଡ଼ା ଜଣେ ଯୁବକ ହୋଇଥିବାରୁ ଯୁବ ଭୋଟରଙ୍କ ଭୋଟ ପାଇଁ ଲୋକସଭା ଯିବାକୁ ଗୋଟି ଚାଳନା କରୁଛନ୍ତି ସୋ

Comment