ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଙ୍ଗ ଅଫ୍‌ ରୋମାନ୍ସ ଶାହାରୁଖ୍‌ ଖାନ୍‌ଙ୍କୁ ମିଳିଲା ଡକ୍ଟରେଟ୍‌ ସମ୍ମାନ। ଗରୁବାର ଲଣ୍ଡନ ୟୁନିଭରସିଟି ଅଫ୍‌ ଲ’ ପକ୍ଷରୁ ଆଯୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ୩୫୦ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଶାହାରୁଖଙ୍କୁ ଡକ୍ଟରେଟ୍‌ ଉପାଧି ମିଳିଛି। ଶାହାରୁଖ୍‌ଙ୍କୁ ଫିଲାନଥ୍ରୋଫିରେ ଡକ୍ଟରେଟ୍‌ ମିଳିଛି।

ଏହା ପୂବର୍ରୁ ମଧ୍ୟରୁ ଶାହାରୁଖ୍‌ଙ୍କୁ ମଧ୍ୟ ଡକ୍ଟରେଟ୍‌ ମିଳିଛି। ୨୦୦୯ରେ ୟୁନିଭରସିଟି ଅଫ୍‌ ବ୍ରେଡ୍‌ଫର୍ଡସିର ଏବଂ ୨୦୧୫ରେ ୟୁନିଭରସିଟି ଅଫ୍‌ ଏଡିନ୍‌ବର୍ଗ ପକ୍ଷରୁ ଶାହାରୁଖ୍‌ଙ୍କୁ ଡକ୍ଟରେଟ୍‌ ମିଳିଥିଲା। ସେହିପରି ୨୦୧୬ରେ ମୌଲାନା ଆଜାଦ ନ୍ୟାସନାଲ ୟୁନିଭରସିଟି ପକ୍ଷରୁ କିଙ୍ଗ୍‌ ଖାନ୍‌ଙ୍କୁ ଡକ୍ଟରେଟ୍‌ ଉପାଧିରେ ସମ୍ମାନିତ କରାଯାଇଛି।

Comment