ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ୩୯ତମ ସ୍ଥାପନା ଦିବସ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୧୯୮୦ ମସିହା ଏପ୍ରିଲ ୬ ତାରିଖ ଅର୍ଥାତ ଆଜିର ଦିନରେ ବିଜେପିର ଜନ୍ମ ହୋଇଥିଲା। ବିଜେପିର ପ୍ରଥମ ସଭାପତି ଥିଲେ ଅଟଳ ବିହାରୀ ବାଜପେୟୀ।

ଏହି ଅବସରରେ ମୋଦି ଶନିବାର ଅନେକ ଟୁଇଟ କରିଛନ୍ତି।

“୩୯ ବର୍ଷ ପୁର୍ବେ ସମାଜର ସେବା, ଦେଶକୁ ବିକାଶ ପଥରେ ଆଗେଇ ନେବାକୁ ଜନ୍ମ ନେଇଥିଲା ବିଜେପି। ଦଳର କର୍ମକର୍ତ୍ତାଙ୍କ ଚେଷ୍ଟା ପାଇଁ ଆଜି ବିଜେପି ଲୋକଙ୍କର ପ୍ରିୟ ଦଳ ହୋଇପାରିଛି”, ଟୁଇଟରେ ଲେଖିଛନ୍ତି ମୋଦି।

ଗଣତନ୍ତ୍ର ମୂଲ୍ୟବୋଧ ଓ ଦେଶଭକ୍ତି କାରଣରୁ ବିଜେପି ଆଜି ଗୌରବର ସହ ଠିଆ ହୋଇଛି ବୋଲି ଟୁଇଟରେ ଲେଖିଛନ୍ତି ମୋଦି।

Comment