ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲରେ ଶନିବାର ଖେଳା ଚେନ୍ନାଇ ସୁପରକିଙ୍ଗ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ହାଇଭୋଲ୍ଟେଜ୍‌ ମ୍ୟାଚ୍‌। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନିଷ୍ପତ୍ତି ନେଇଥିବା ଧୋନି ବାହିନୀ ନିର୍ଦ୍ଧାରିତ ୨୦ ଓଭର୍‌ରେ ୩ଟି ୱିକେଟ୍‌ ହରାଇ ୧୬୦ ରନ୍‌ ସଂଗ୍ରହ କରିଛି।

୧୬୧ ରନ୍‌କୁ ଟାର୍ଗଟେ କରି ପଞ୍ଜାବ ଟିମ୍‌ ପଡ଼ିଆକୁ ଓହ୍ଲାଇଥିଲା। ତେବେ ୨ ଓଭର ସୁଦ୍ଧା ପଞ୍ଜାବ ଦଳର ୨ଟି ୱିକେଟ୍‌ର ପତ୍ତନ ଘଟିଛି। ଦଳର ବିସ୍ଫୋଟକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ଓ ମୟଙ୍କ ଅଗରୱାଲ୍‌ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଛନ୍ତି। ୧୦ ଓଭର ସୁଦ୍ଧା ପଞ୍ଜାବ ୭୧ ରନ୍‌ ସଂଗ୍ରହ କରିଛି।

ପ୍ରଥମ ଇନିଂସରେ ଚେନ୍ନାଇ ସୁପର କିଙ୍ଗ୍ସ ଭଲ ପ୍ରଦର୍ଶନ କରିଥିଲା। ୨୦ ଓଭର ସୁଦ୍ଧା ୩ଟି ୱିକେଟ୍‌ ହରାଇ ୧୬୦ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ସର୍ବାଧିକ ଡ୍ୟୁପ୍ଲେସିସ୍‌ ୫୪ ରନ୍‌ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନି ୩୭ ରନ୍‌ ସଂଗ୍ରହ କରିଛନ୍ତି।

Comment