ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ଲୋକେ ନିଜ ତ୍ୱଚାକୁ ସୁନ୍ଦର କରିବା ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣେଇଥାନ୍ତି। ନିଜ ସୁନ୍ଦରତା ବଢ଼ାଇବାରେ ସେ ସବୁବେଳେ ତତ୍ପର ଥାନ୍ତି। ସୌନ୍ଦର୍ଯ୍ୟଚର୍ଚ୍ଚା କରିବାବେଳେ ଅଧିକାଂଶ ସମୟରେ ଆମେ ପାଦକୁ ଭୁଲିଯାଇଥାଉ। ଅନେକ ସମୟରେ ପାଦର ସମସ୍ୟା ଯୋଗୁଁ ମହିଳାମାନେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଥାନ୍ତି। ତେଣୁ ପାଦର ଯତ୍ନ ପ୍ରତି ବି ବିଶେଷ ଧ୍ୟାନ ଦେବା ଆବଶ୍ୟକ।

ଜାଣନ୍ତୁ ଘରୋଇ ଉପାୟରେ କେମିତି କରିବେ ପାଦକୁ ସୁନ୍ଦର…

  • ପ୍ରତିଦିନ ଘରକୁ ଫେରିବା ପରେ ପାଦକୁ ଭଲ ଭାବେ ଧୋଇ ମଏଶ୍ଚରାଇଜିଂ ଲୋସନ୍ ଲଗାନ୍ତୁ।
  • ପାଦ ଫାଟିଥିଲେ ଶୋଇବା ପୂର୍ବରୁ ପେଟ୍ରୋଲିୟମ୍‌ ଜେଲି ଲଗାଇ ମୋଜା ପିନ୍ଧି ଶୁଅନ୍ତୁ।
  • ଟବ୍‌ରେ ଦୁଇ ଲିଟର୍‌ ଉଷୁମ ପାଣି ଭର୍ତ୍ତି ରଖନ୍ତୁ। ସେଥିରେ ଏକ କପ୍‌ ଖିର, ଦୁଇ ଚାମଚ ରାଶି ତେଲ, ଦୁଇ ଚାମଚ ଲେମ୍ବୁ ରସ, ଏକ ଚାମଚ ଡାଲଚିନ୍‌ ଗୁଣ୍ଡ ମିଶାନ୍ତୁ। ସେହି ପାଣିରେ ପାଦକୁ ୧୫ ମିନିଟ୍‌ରୁ ଅଧଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ଏହା ପରେ ପାଦକୁ ପାଣି କାଢି ସଫା କପଡାରେ ଫୋଛି ଦିଅନ୍ତୁ। ପରେ ଏକ ପାଚିଲା କଦଳୀ ଚକଟି ଫାଠିଥିବା ପାଦରେ ଲଗାନ୍ତୁ।  ଏହାକୁ ୧୦ ମିନିଟ୍‌ ସେହିପରି ରଖି ଧୋଇଦିଅନ୍ତୁ। ଏହାକୁ ସପ୍ତାହରେ ୨ରୁ ୩ଥର କଲେ ପାଦ ଫଟା ସମସ୍ୟାରୁ ମୁକ୍ତି ପାଇବେ।
  • ଆଲୋଭେରା ବା ଘିକୁଆଁରିକୁ ପାଦରେ ମସାଜ କରିବା ଫଳରେ ମୃତ କୋଷିକା ବାହାରିଥାଏ। ପାଦ ଉଜ୍ଜ୍ୱଳ ଦେଖାଯିବ।
  • ପାଦକୁ ଆରାମ ଲାଗିବା ଭଳି ଜୋତା ପିନ୍ଧନ୍ତୁ।

Comment