ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଡ୍ୟାନ୍ସ ରିଆଲିଟି  ନଚ ବଲିଏ-୯ ସିଜିନ୍‌ ଶୁବଶ୍ରୀଘ୍ର ଆରମ୍ଭ ହେବ। ଏହି ସିଜିନରେ କେଉଁ ଯୋଡ଼ି ନଜର ଆସିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ତେବେ ଏଥର କେତେକ ବଲିଉଡ ଷ୍ଟାର ଏହି ସୋ’ରେ ଅଂଶଗ୍ରହଣ କରିବେ ବୋଲି ଶୁଣିବାକୁ ମିଳିଛି। ବଲିଉଡ ଷ୍ଟାର ସାହିଦ କପୁର, କରୀନା କପୁର ସୋ’କୁ ଜଜ୍ କରିବେ ବୋଲି ଶୁଣିବାକୁ ମିଳୁଛି।

ଏଥର ସୋ’ରେ ଅଂଶଗ୍ରହଣ ନେଇ କେତେକ ସେଲିବ୍ରିଟିଙ୍କ ନାମ ଚର୍ଚ୍ଚାକୁ ଆସୁଛି।

 

ଅନୀତା-ରୋହିତ

ଅଭିନେତ୍ରୀ ଅନିତା ବଲିଉଡର କେତେକ ଫିଲ୍ମ କାମ କରିବା ସହିତ ଅନେକ ଲୋକପ୍ରିୟ ସିରିଏଲରେ କାମ କରିଛନ୍ତି। ୟେ ହୈ ମହବତେଁ, ନାଗିନ ଭଳି ସିରିଏଲରେ ତାଙ୍କୁ ଦେଖିବାକୁ ମିଳିଛି। ୨୦୧୩ରେ ସେ ରୋହିତ ରେଡ୍ଡୀଙ୍କୁ ବିବାହ କରିଥିଲେ। ଏବେ ସେ ନଚ୍‌ ବଲିଏରେ ଆସିବେ ବୋଲି ଚର୍ଚ୍ଚା ହେଉଛି।

ଦୃଷ୍ଟି ଧାମୀ–ନୀରଜ ଖେମକା

ଦୃଷ୍ଟି ଧାମୀ ହିନ୍ଦୀ ସିରିଏଲ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ। ୨୦୧୫ରେ ସେ ନୀରଜ ଖେମକାଙ୍କୁ ବିବାହ କରିଥିଲେ। ଏବେ ଏହି ଦୁଇ ଜଣ ‘ନଚ ବଲିଏ’ ସେ ଅଂଶ ଗ୍ରହଣ କରିବେ।

ରୋହନ ମେହରା-କାଞ୍ଚି ସିଂହ

‘ୟେ ରିସ୍ତା କ୍ୟା କେହଲତା ହୈ’ରେ ଅଭିନୟ କରିଥିଲେ ରୋହନ ଏବଂ କାଞ୍ଚି। ରୋହନଙ୍କ ଏବେ ଗାର୍ଲଫ୍ରେଣ୍ଡ କାଞ୍ଚିଙ୍କ ସହ ‘ନଚ୍‌ ବଲିଏ’ରେ ନଜର ଆସିପାରନ୍ତି।

Comment