ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରଣ ଜୋହରଙ୍କ ମଲ୍ଟିଷ୍ଟାରର ଫିଲ୍ମ କଲଙ୍କ୍ ୧୭ ଏପ୍ରିଲରେ ରିଲିଜ ହେବାକୁ ଯାଉଛି। ନିକଟରେ ଏହାର ଟ୍ରେଲର ରିଲିଜ ହୋଇସାରିଛି। ଏହି ଟ୍ରେଲରରେ ଫିଲ୍ମର ବିରାଟକାୟ ସୁଟିଂ ସେଟର ଝଲକ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁସାରେ ଏହାକୁ ଦାମି ସେଟ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି।

କରଣ ଜୋହର ନିଜର ଟୁଇଟ୍ର ଏକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି ଯେଉଁଥିରେକି ସେଟର ପ୍ରସ୍ତୁତି ବିଷୟରେ ଦେଖାଯାଇଛି। ଏହି ଫିଲ୍ମରେ ବରୁଣ ଧୱନ ଜଫରର ଭୂମିକା ଅଭିନୟ କରିଛନ୍ତି। ଆଲିୟା ରୂପ ଭୂମିକାରେ ଅଭିନୟ କରିଛନ୍ତି।

ଭିଡିଓଟିରେ ସେ କଲଙ୍କର ସେଟ୍ ବିଷୟରେ କହୁଥିବା ନଜରକୁ ଆସିଛି। ସେଟ୍‌ଟି ଡିଜାଇନର ଅମୃତା ମହଲ ପ୍ରସ୍ତୁତ କରିଥିବା ବରୁଣ କହିଛନ୍ତି।

ଫିଲ୍ମଟିର କାହାଣୀ ସ୍ୱାଧୀନତା ପୂର୍ବର ଅର୍ଥାତ ୧୯୪୫ ର ବ୍ୟାକଡ୍ରପ ଉପରେ ଆଧାରିତ। ଏହି ଫିଲ୍ମରେ ହୁମନାବାଦ ନାମକ ଏକ ସହରକୁ ଦେଖା ଯାଇଛି। ଫିଲ୍ମରେ ହୁମନାବାଦ ସହରକୁ ୭୦୦ଜଣ ଲୋକ ୩ମାସର କଠିନ ପରିଶ୍ରମ ଦ୍ୱାରା ତିଆରି କରିଛନ୍ତି। ଏହି ଭିଡିଓରେ ବରୁଣ ନିଜର ରହିବାଠାରୁ ଚା’ ପିଇବା ପର୍ଯ୍ୟନ୍ତ ସମସ୍ତ ସ୍ଥାନ ଦେଖାଇଛନ୍ତି।

Comment