ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ କୃଷକଙ୍କ ଆନ୍ଦୋଳନ। ବହୁ ସଂଖ୍ୟାରେ ଚାଷୀ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଧସେଇ ପସିବାକୁ ଉଦ୍ୟମ କରିଛନ୍ତି। ଏହି ସମୟରେ ଉଭୟ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ଉପୁଜିଛି।

ଠେଲାପେଲା ପରିସ୍ଥିତି ଉପୁଜିବା ପରେ ଚାଷୀ ମାନେ ଧାରଣାରେ ବସିଛନ୍ତି। ପୋଲିସ ଶତାଧିକ ଚାଷୀଙ୍କୁ ଅଟକ ରଖିଛି। ପ୍ରାଇସ, ପ୍ରେସଟିଜ୍‌ ଓ ପେନସନରେ ଦାବିରେ ସେମାନେ ଆନ୍ଦୋଳନ ଜାରି ରଖିଛନ୍ତି।

ଗୋଟିଏ ପଟେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ବାଚନୀ ଇସ୍ତାହାରରେ ଚାଷୀଙ୍କ ଲାଗି ଅନେକ କିଛି ଉଲ୍ଲେଖ କରୁଛନ୍ତି। ଅନ୍ୟପଟେ ରାଜ୍ୟସରକାର ଚାଷୀଙ୍କ ପ୍ରତି ଅଣଦେଖା କରିଥିବା ସେମାନେ ଅଭିଯୋଗ କରିଛନ୍ତି।

Comment