ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ସାଧାରଣ ନିର୍ବାଚନ ପୂର୍ବରୁ ହେବ ମକ୍ ପୋଲ। ମତଦାନ ପୂର୍ବରୁ ମତଦାନ କେନ୍ଦ୍ରଗୁଡ଼ିକରେ ‘ମକ୍ ପୋଲ’ ଆୟୋଜିତ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ମତଦାନର ଦେଢ଼ ଘଣ୍ଟା ଅର୍ଥାତ୍ ୯୦ ମିନିଟ୍ ପୂର୍ବରୁ ମତଦାନ କେନ୍ଦ୍ରଗୁଡ଼ିକରେ ମକ୍ ପୋଲ ଆୟୋଜିତ କରାଯିବ। ମକ୍ ପୋଲ ଜରିଆରେ ଇଭିମ୍ ମେସିନ୍ କିପରି ଭାବେ କାମ କରୁଛି ଏବଂ ଏହା ସଠିକ ଭାବେ କାମ କରୁଛି ନାଁ ନାଇଁ ସେ ନେଇ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ କରାଯାଇଥାଏ।
ଆସନ୍ତାକାଲିଠାରୁ ଅର୍ଥାତ୍ ଏପ୍ରିଲ ୧୧ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହେବ। ୪ଟି ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ ଗ୍ରହଣ କରାଯିବ। ଏହାକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ର ଗୁଡ଼ିକରେ ‘ମକ୍ ପୋଲ୍’ ଆୟୋଜନ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।


















