ଓଡ଼ିଶାଲାଇଭ୍ ବ୍ୟୁରୋ
ପୂରା ଦେଶରେ ଏବେ ବହୁଛି ନିର୍ବାଚନର ଗରମ ହାୱା। ଏପ୍ରିଲ ୧୧ରୁ ମେ’ ୧୯ ମଧ୍ୟରେ ୭ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏନେଇ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ତାମିଲନାଡୁ କୋଏମ୍ବାଟୁରର ରାଜା ନାମକ ଜଣେ ବ୍ୟକ୍ତି ସୁନା ଓ ରୂପାରେ ଇଭିଏମ୍ ମେସିନ ତିଆରି କରିଛନ୍ତି।
ଏହି ଇଭିଏମ୍ ତିଆରି କରିବାରେ ରାଜା ବ୍ୟବହାର କରିଛନ୍ତି ୧ ଗ୍ରାମ ସୁନା ଏବଂ ୩୦୦ ମିଲିଗ୍ରାମ ସୁନା। ଇଭିଏମଟିରେ ମୋଟ୍ ୧୮ଟି ରାଜନୈତିକ ଦଳର ନିର୍ବାଚନୀ ଚିହ୍ନ ରହିଛି।
ଏହା ବ୍ୟତୀତ ଏକ କମ୍ପାସ ମଧ୍ୟ ତିଆରି କରିଛନ୍ତି ଯେଉଁଥିରେ ଲାଗିଛି ପେନସିଲ। ଏହି ପେନସିଲରେ ଜଣେ ବ୍ୟକ୍ତିଙ୍କ ଚିତ୍ର ପ୍ରସ୍ତୁତ କରାଯାଇଛି, ଯିଏ ଭୋଟ୍ ଦେବା ପାଇଁ ଅଙ୍ଗୁଳି ଦେଖାଇଥିବାର ଦେଖିବାକୁ ମିଳୁଛି।
ଏହା ପୂର୍ବରୁ ମଧ୍ୟ ଏକ ଭିନ୍ନ ପ୍ରକାରର ଚିତ୍ର ପ୍ରସ୍ତୁତ କରି ସେ ରେକର୍ଡ ସୃଷ୍ଟି କରିଥିଲେ। ସେ ଏହା ପୂର୍ବରୁ ମହାତ୍ମା ଗାନ୍ଧି, ସୁଭାଷ ଚନ୍ଦ୍ର ବୋଷ, ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ମହମବତୀରେ ତିଆରି କରି ଖୁବ ପ୍ରଶଂସିତ ହୋଇଥିଲେ।
ଏବେ ସେ ଲୋକଙ୍କୁ ଭୋଟ୍ ଦେବାକୁ ଅପିଲ କରିବାକୁ ଯାଇ ସେ ସୁନା ରୂପାର ଇଭିଏମ୍ ପ୍ରସ୍ତୁତ କରିଥିବା କୁହନ୍ତି। ପୂର୍ବରୁ ସେ କିଛି ସାମାଜିକ ସମସ୍ୟା ଉପରେ ମୂର୍ତ୍ତି ସବୁ ନିର୍ମାଣ କରି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।