ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ଲୋକଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପାଖକୁ ଯାଇ ବିଭିନ୍ନ ମେଡିସିନ୍‌ ଖାଇଥାନ୍ତି। କିନ୍ତୁ ଆପଣଙ୍କ ଘରେ ବିଶେଷ କରି ରୋଷେଇ ଘରେ ଅନେକ ପ୍ରକାର ସାମଗ୍ରୀ ରହିଛି ଯାହାକି ତୁଟୁକା ଚିକିତ୍ସାରେ କାମ ଦେବ।

ଶରୀରର କୌଣସି ଜାଗା ପୋଡ଼ି ଯାଇଥିଲେ ଗୋଟିଏ ପିଆଜକୁ ଦୁଇଫାଳ କରି କାଟି କ୍ଷତସ୍ଥାନରେ ଲଗାନ୍ତୁ। ଏହାଦ୍ୱାରା ଉପଶମ ମିଳିଥାଏ।

ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ବା ନ ଶୋଇ ଚାହିଁ ରହିବା, କମ୍ ପାଣି ପିଇବା ଯୋଗୁଁ ଆଖି ଲାଲ୍ ପଡ଼ିଥାଏ। ଏଭଳି କ୍ଷେତ୍ରରେ ଥଣ୍ଡା ଜିନିଷ ଭଲ କାମ କରିଥାଏ। ତେଣୁ ସକାଳ ବା ଅପରାହ୍ନରେ ଚା’ କରିବା ପରେ ଚା’ ବ୍ୟାଗ୍‌କୁ ରେଫ୍ରିଜରେଟରରେ ଭର୍ତ୍ତି କରଦିଅନ୍ତୁ। କିଛି ସମୟ ପରେ ଏହାକୁ ଆଣି ମୁହଁରେ ଲଗାନ୍ତୁ। ଏହା ମଧ୍ୟ ଆଖି ତଳୁ କଳାଦାଗ ଦୂର କରିବାରେ ସହାୟକ ହୋଇଥାଏ।

ରୋଷେଇ କରିବା ସମୟରେ ଗରମ ବାମ୍ପ ବା ଫୋଟକା ହେବାର ଆଶଙ୍କା ଥାଏ। ଯଦି ଏଭଳି କିଛି ହୁଏ ସଙ୍ଗେ ସଙ୍ଗେ ଥଣ୍ଡା ପାଣିରେୂହାତ ବୁଡ଼ାଇ ରଖନ୍ତୁ, ଉପଶମ ମିଳିବ।

Comment