ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଇତିହାସରେ ଏପ୍ରିଲ ୧୧ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ରାଜନୈତିକ ଦୃଷ୍ଟିରୁ ଦିନର ମହତ୍ୱ ରହିଛି। ଆଜିର ଦିନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଗୋଟିଏର ନାମ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ଅନ୍ୟର ନାମ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) ରଖାଯାଇଥିଲା।

୧୯୬୪  ମସିହା ଏପ୍ରିଲ ୧୧ ତାରିଖରେ  ଏହି ପାର୍ଟି ଦୁଇ ଭାଗରେ ବିଭାଜିତ ହୋଇଯାଇଥିଲା।

ଆଜିର ଦିନରେ ଦେଶରେ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣା ମଧ୍ୟ ଘଟିଥିଲା।

  • ୧୯୨୧ ମସିହା ଆଜିର ଦିନରେ ରେଡିଓରେ ପ୍ରଥମ ଥର ପାଇଁ କ୍ରିକେଟର ଲାଇଭ୍‌ କମେଣ୍ଟ୍ରି କରାଯାଇଥଲା।
  • ୧୯୩୦ ଏପ୍ରିଲ ୧୧ରେ ଋଷିକେଶରେ ୧୨୪ ମିଟରର ଝୁଲାପୋଲର ଉଦଘାଟନ ହୋଇଥିଲା। ଏହାର ନାମ ଲକ୍ଷ୍ମଣଝୁଲା ରଖାଯାଇଥିଲା।

Comment