ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପ୍ରଥମ ଥର ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭିନ୍ନକ୍ଷମ ଭୋଟରଙ୍କ ଲାଗି ବ୍ରେଲ ବାଲାଟପେପର ବ୍ୟବସ୍ଥା କରାଯାଇଛି।

ସକାଳା ୭ଟାରୁ ଚାଲିଛି ପ୍ରଥମ ପର୍ଯ୍ୟାୟ ଲାଗି ମତଦାନ। ୪ ଲୋକସଭା ଲାଗି ୨୮ଜଣ ପ୍ରାର୍ଥୀ ଓ ୨୮ବିଧାନସଭା ଲାଗି ୧୯୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର।

ପୁଲିଂ ବୁଥରେ କର୍ମଚାରୀମାନେ ଉପସ୍ଥିତ ଅଛନ୍ତି। ୬୦ଲକ୍ଷରୁ ଅଧିକ ଭୋଟର  ପ୍ରଥମ ପର୍ଯ୍ୟାୟରେ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ।

ମୋଟ ୭୨୩୩ଟି ପୋଲିଂ ଷ୍ଟେସନ କରାଯାଇଛି। ଏଥର ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ୟା ରହିଛି ୧୦୩୩୦୭। ଏମାନଙ୍କ ଲାଗି ପ୍ରଥମଥର ଓଡ଼ିଶାରେ ବ୍ରେଲ ବାଲଟ ପେପର ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ଓଡ଼ିଶାରେ ଭିନ୍ନକ୍ଷମ ଭୋଟରଙ୍କ ଲାଗି ସେମିତି କୌଣସି ବ୍ୟବସ୍ଥା କରାଯାଇନଥିଲା। ଏଥର ପ୍ରଥମଥର ଲାଗି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭିନ୍ନକ୍ଷମ ଭୋଟରଙ୍କ ଲାଗି ବ୍ରେଲ ବାଲାଟପେପର ବ୍ୟବସ୍ଥା କରାଯାଇଛି। ଯାହା ନିଶ୍ଚିତ ଭାବେ ସେମାନଙ୍କ ଲାଗି ସହଜ ହେବ ଭୋଟ ଦେବାରେ।

Comment