ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପ୍ରଥମ ପର୍ଯ୍ୟାନ ନିର୍ବାଚନ ସରୁସରୁ ପୁଣିଥରେ ଏବେ ଇଭିଏମ ବିବାଦ ମୁଣ୍ଡ ଟେକିଛି। ବିରୋଧୀ ଦଳଗୁଡ଼ିକ ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ଅଭିଯୋଗ କରିଛନ୍ତି।

ବିରୋଧୀଙ୍କ ଅଭିଯୋଗ, “ଭୋଟ ସମୟରେ ଇଭିଏମ୍ ଠିକରେ କାମ କରୁନଥିଲା। ଭୋଟ କୌଣସି ଏକ ଅଲଗା ଦଳର ନେତାଙ୍କ ପାଖକୁ ଯାଉଥିଲା। ଏପରିକି ଭୋଟିଂ ମେସିନରେ କିଛି ବଟନ୍ ଖରାପ ଥିଲା।”

ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିରୋଧୀ କହିଛନ୍ତି ଏହି ପ୍ରସଙ୍ଗକୁ ସେମାନେ ସୁପ୍ରିମକୋର୍ଟ ଯାଏଁ ନେବେ। ସମ୍ମିଳନୀରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟୁଡ଼ୁ, ଦିଲ୍ଲୀ ମୁଖ୍ୟମନ୍ତୀ ଅରବିନ୍ଦ କେଜିରୱାଲ, କବିଲ ଶିବଲଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।

“ନିର୍ବାଚନ ଆୟୋଗ ଠିକସେ ନିଜ କାମ କରିନାହାନ୍ତି। ଭିଭିପାଟରେ କେବଳ ୪ ସେକେଣ୍ଡ ଯାଏଁ ଭୋଟରଙ୍କ ମୁହଁ ଦେଖାଯାଉଛି। ଭୋଟର ଲିଷ୍ଟରେ ବି ଅନେକ ଭୂଲ ଅଛି।” ଏପରି ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ଅଭିଷେକ ମନୁ।

Comment