ଓଡ଼ିଶାଲାଇଭ୍ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲାରେ ହେବାକୁଥିବା ସାଧାରଣ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ବିଭିନ୍ନ ରାଜନୈତିକ ଦଳମାନଙ୍କ ମଧ୍ୟରେ ମାରାଥନ ପ୍ରଚାର ଅଭିଯାନ ଜୋରସୋରରେ ଆଗେଇ ଚାଲିଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସଡକ ପରିବହନ ଜାତୀୟ ରାଜପଥ, ବେସାମରିକ ଜାହାଜ ଚଳାଚଳ ଏବଂ ଜଳସଂମ୍ପଦ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ଆଜି ବାରିପଦାଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତିା

ଆଗାମୀ ଦିନରେ ଉଭୟ କେନ୍ଦ୍ର ଏବଂ ରାଜ୍ୟରେ ମୋଦି ସରକାରଙ୍କୁ କ୍ଷମତାସୀନ କରାଇବାକୁ ସଭାରେ ଆହ୍ଵାନ ଦେଇଛନ୍ତି ନୀତିନ ଗଡ଼କରୀ।

ବାରିପଦାର ଛଉପଡ଼ିଆ ପରିସରରେ ଆୟୋଜିତ ଏହି ସାଧାରଣ ସଭାରେ ଉଭୟ କଂଗ୍ରେସ ଏବଂ ବିଜେଡି ସରକାରଙ୍କ ଉପରେ ବର୍ଷିବା ସହିତ ଦେଶ ଏବଂ ରାଜ୍ୟରେ ବିକାଶ ପାଇଁ ଅ।ଗାମୀ ନିର୍ବାଚନରେ ଦୁଇଟିଯାକ ସ୍ଥାନରେ ବିଜେପିକୁ ଭୋଟଦେବାକୁ ମୟୂରଭଞ୍ଜ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତିା

ଏହି ଅବସରରେ ସେ ଜିଲ୍ଲାର ବିଜେପିର ସାଂସଦ ପ୍ରାର୍ଥୀ ବିଶେଶ୍ଵର ଟୁଡୁଙ୍କ ସମେତ ଜିଲ୍ଲାର ବିଭିନ୍ନ କର୍ମକର୍ତ୍ତା ଏବଂ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଥିବା ପ୍ରତିଦ୍ଵନ୍ଦୀ ପ୍ରାର୍ଥୀ ଯଥା ମୋରଡ଼ାର ପ୍ରାର୍ଥୀ  କୃଷ୍ଣଚନ୍ଦ୍ର ମହାପାତ୍ର, ବାରିପଦାର ପ୍ରକାଶ ସୋରେନ,ବାଙ୍ଗିରପୋଷିରୁ ସୁଖଦା ମୁର୍ମୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Comment