ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ମିଶନ ୧୨୦+କୁ ପୂରଣ କରିବା ପାଇଁ ବିଜେପି ଜୋରଦାର ପ୍ରୟାସ ଚଳାଇଛି। ଜାତୀୟ ସ୍ତରର ନେତାଙ୍କୁ ନିର୍ବାଚନ ରାଲିରେ ସାମିଲ କରି ବିଜେପିର ମାରାଥନ ପ୍ରଚାର ଜାରିରହିଛି। ତେବେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପୁଣି ଥରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ରବିବାର ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଆସନ୍ତା ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଓଡ଼ିଶା ଆସିବେ। ମୋଦିଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଧ୍ୟ ଓଡ଼ିଶା ଆସିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରାପଡ଼ା ଜିଲ୍ଲା ବରୁଆରେ ନିର୍ବାଚନ ସଭାରେ ଉପସ୍ଥିତ ରହି ନିର୍ବାଚନ ଅଭିବାଦନ ରଖିବେ। ସେହିପରି ଅମିତ ଶାହ ମୟୁରଭଞ୍ଜ ଜିଲ୍ଲା ମୋରଦା ଅଞ୍ଚଳର ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ ବିଜେପ ନେତା ନିତୀନ ଗଡ଼କାରୀ, ରାଜନାଥ ସିଂହ, ରୁପା ଗାଙ୍ଗୁଲି ଯଥାକ୍ରମେ ଏପ୍ରିଲ ୨୪, ୨୫ଏବଂ ୨୬ ତାରିଖରେ ଓଡ଼ିଶା ଆସିବେ। ଏହି ଜାତୀୟ ନେତା ମାନେ ଓଡ଼ିଶା ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ରାଲି ଏବଂ ପ୍ରଚାରରେ ଯୋଗ ଦେବେ।

Comment