ଓଡ଼ିଶାଲାଇଭ୍ ବ୍ୟୁରୋ

ଏପ୍ରିଲ ୨୫ ତାରିଖରେ ୯ଟି ବୁଥରେ ହେବ ସାନି ମତଦାନ। ଏନେଇ ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ କିଛି ବୁଥରେ ମତଦାନକୁ ସ୍ଥଗିତ ରଖାଯାଇଥିଲା। ବିଭିନ୍ନ କାରଣ ନେଇ ସ୍ଥଗିତ ହୋଇଥିବା ୯ଟି ବୁଥରେ ସାନି ମତଦାନ ହେବ। ସୁନ୍ଦରଗଡ଼ର ୨ଟି ବୁଥ, କନ୍ଧମାଳର ୨ଟି, ବରଗଡ଼ର ୪ଟି, ଆସିକାର ଗୋଟିଏ ବୁଥରେ ସାନି ମତଦାନ ହେବ।
ବଣାଇ ବିଧାନସଭାର ୧୨୯ ନମ୍ବର ଉପରପଡ଼ା କେନ୍ଦ୍ରିକେଲା ବୁଥ୍, ସୁନ୍ଦରଗଡ଼ ବିଧାନସଭା ୨୧୩ ନମ୍ବର ରଙ୍ଗଢ଼ିପା ବୁଥ୍, ଦଶପଲ୍ଲା ୨୧୦ ବାହାଡ଼ଝୋଲା, ୨୨୨ ବେତନଟୀ ବୁଥ୍, ଅତାବିରା ୨୩୫ ନଂ ଅରେଇଗୁଡ଼ି, ବରଗଡ଼ ୬୮ ନଂ ଶକ୍ତିନଗର ବୁଥ୍, ପଦମପୁର ୧୬ ନଂ ଡାଭା ଓ ବ୍ରଜରାଜନଗର ୨୫୪ ନମ୍ବର ଚାରମାଳ ବୁଥରେ ସାନି ମତଦାନ ହେବ।


















