ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋcourtesy - zee news (file photo)

ଲୋକସଭା ନିର୍ବାଚନରେ ଭୋଟରଙ୍କ ମଧ୍ୟରେ ମତଦାନକୁ ନେଇ ଅନେକ ପ୍ରକାରର ସଚେତନତା ସୃଷ୍ଟି କରାଯାଉଛି। ଅନେକ ବୁଥରେ ମଡେଲ ବୁଥ, ପିଙ୍କ ବୁଥ , ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ ମାନଙ୍କ ଲାଗି ବିଶେଷ ବ୍ୟବସ୍ତା କରାଯାଉଛି।

ଏହାର ଏକ ଉଦାହରଣ ଦେଖିବାକୁ ଗୋଆରେ। ଏଠାରେ ଏମିତି ଏକ ମତଦାନ କେନ୍ଦ୍ର ଅଛି ଯେଉଁଠି ସମସ୍ତ ପୋଲିଂ କର୍ମଚାରୀ ଦିବ୍ୟାଙ୍ଗ। ଗୋଆ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଏହି ମତଦାନ କେନ୍ଦ୍ର କରାଯାଇଛି, ଯେଉଁଠି ସମସ୍ତ ଦାୟିତ୍ୱ ଦିବ୍ୟାଙ୍ଗ କର୍ମଚାରୀମାନେ ବୁଝୁଛନ୍ତି। ପଂଜିମର ବ୍ରିଗେଞ୍ଜା ହଲରେ ଦିବ୍ୟାଙ୍ଗ କେନ୍ଦ୍ର କରାଯାଇଛି। କହି ରଖୁଛୁ କି ଏହି ମତଦାନ କେନ୍ଦ୍ରରେ ମୋଟ ୧୫ଜଣ ଅଧିକାରୀ ଅଛନ୍ତି।

ଏହି ମତଦାନ କେନ୍ଦ୍ରର ନୋଡାଲ ଅଧିକାରୀଙ୍କ କହିବା କଥା ସମସ୍ତଙ୍କୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାର ଅଧିକାର ରହିଛି। ସମସ୍ତଙ୍କର ସମାନ ଅଧିକାର ଅଛି। କାହାସହିତ ବି କୌଣସି ପ୍ରକାରର ଅଲଗା ବ୍ୟବହାର କରାଯିବନାହିଁ।

ସେ କହିଛନ୍ତି, “କାହାର ବି କ୍ଷମତାକୁ କମ କରାଯିବା ଠିକ୍ ନୁହଁ। ଏମାନେ କୌଣସି କାରଣରୁ ଶାରୀରିକଭାବେ ସାମନ୍ୟ କମ୍ ଅଟନ୍ତି। କିନ୍ତୁ ଏମାନଙ୍କର କାର୍ଯ୍ୟ କରିବାର କ୍ଷମତା ଓ ଇଛାରେ କୌଣସି କମି ନାହିଁ।”

Comment