ଓଡ଼ିଶାଲାଇଭ୍ ବ୍ୟୁରୋ

(ବ୍ରହ୍ମପୁରରରୁ ସୁନୀଲ ପଟ୍ଟନାୟକ): ବ୍ରହ୍ମପୁର ଦ୍ୱିବାର୍ଷିକ ଠାକୁରାଣୀ ଯାତ୍ରା ଉପଲକ୍ଷେ ଗୁରୁବାର ଲଣ୍ଡା ବେଶ ବାହାରିଥିଲା। ୧୫୦ ମାନସିକଧାରୀ ଏକ ଶୋଭାଯାତ୍ରାରେ ଲଣ୍ଡା ହୋଇ  ବାହାରିଥିଲେ। ବିଜିପୁରର ଛି ଛି ଛି ଦରିଦ୍ର ପଞ୍ଚାକ୍ଷର ପାରଟି ୧୯୩୩ ମସିହାରୁ ଏହି ବେଶ ଆୟୋଜନ କରି ଆସୁଛି।

ଲଣ୍ଡାବେଶ ହୋଇଥିବା ୫ ରୁ ୮୫ ବର୍ଷ ଭିତରେ ଥିବା ଲୋକ  ବିଜିପୁର, ଖଲ୍ଲିକୋଟ ମହାବିଦ୍ୟାଳୟ ଛକ, ପୁରୁଣା ବସଷ୍ଟାଣ୍ଡ, ଗିରିଜା ରେଶତୁରନ୍ତ ଛକ, ଗିରି ମାର୍କେଟ, ସାନ  ବଜ଼ାର ଛକ ଓ ରାଜା ସାହି ଦେଇ ମା’ଙ୍କ  ଅସ୍ଥାୟୀ ମନ୍ଦିର ପହଞ୍ଚିଥିଲେ। ଶୋଭାଯାତ୍ରା ସନ୍ଧ୍ୟା ୬ଟା ୧୫ରେ  ଆରମ୍ଭ ହୋଇ ରାତିରେ  ସରିଥିଲା। ରାସ୍ତାରେ ଲୋକମାନେ ବହୁସଂଖ୍ୟାରେ ଛିଡ଼ା ହୋଇ ଏହି ବେଶ ଉପଭୋଗ କରିଥିଲେ।

ଲଣ୍ଡାବେଶ ଆୟୋଜକ  କାଳୀ ପ୍ରସାଦ  ପାତ୍ରଙ୍କ କହିବା  ଅନୁଯାୟୀ  ମାନସିକଧାରୀମାନେ ପୂର୍ବରୁ ଆମ ସହ ଯୋଗାଯୋଗ କରନ୍ତି। ଯାତ୍ରା କାଳରେ ମାତ୍ର ଦିନକପାଇଁ ଏହି ବେଶ ହୋଇଥାଏ। ଏଥିରେ ମୁଖ୍ୟ  ଭାବେ ମହନ୍ତ ଓ ମହାନ୍ତିଆଣି ରହନ୍ତି। ସେମାନେ  ରିକ୍ସାରେ ବସିବା  ବେଳେ ଅନ୍ୟମାନେ ଚାଲି ଚାଲି ଯାନ୍ତି। ମହନ୍ତ ଓ ମହାନ୍ତିଆଣି ପାଟଲୁଗା  ପିନ୍ଧିବାବେଳେ  ଅନ୍ୟମାନେ ଧଳା  ଧୋତି ପିନ୍ଧନ୍ତି। ଏଥିପାଇଁ ଜଣକ ପିଛା ୧୦୦ ଟଙ୍କା ଚାର୍ଜ କରୁ। ସେଥିରେ ନୂଆ ଧୋତି ଓ ଦିନକୁ ୩ ବେଳା ଖାଇବାକୁ  ଦିଆଯାଏ।

Comment