ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଢ଼ୀ ଠାକୁାରଣୀ ଯାତ୍ରାରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ବୁଦ୍ଧ ବେଶ।

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଦୀର୍ଘ ୫୬ ବର୍ଷ ହେବ ବୁଢ଼ୀ ଠାକୁରାଣୀ ଯାତ୍ରାରେ ଚାଲି ଆସିଛି ଏହି ବୁଦ୍ଧ ବେଶ। ଠାକୁରାଣୀଯାତ୍ରାରେ ରବିବାର ଦିନ ବିଜିପୁରର ପ୍ରସିଦ୍ଧ ବୁଦ୍ଧ ବେଶ ବାହାରିଛି। ଏହି ବୁଦ୍ଧ ବେଶ ପରମ୍ପରାରେ ମୋଟ୍ ୪୨ ଜଣ ଭାଗ ନେଇ ଥିଲେ।

ପରାମ୍ପରା ଅନୁଯାୟୀ ଯାତ୍ରା ଶେଷ ହେବାର ଠିକ୍ ପୂର୍ବ ଦିନ ବୁଦ୍ଧ ବେଶ ପରାମ୍ପରା ଅନୁଷ୍ଠିତ ହୋଇଥାଏ।  ଏହା ବୁଦ୍ଧ ବେଶ ବାହାରିଲେ ଯାତ୍ରା ସରିଲା ବୋଲି ଲୋକେ ଜାଣିଥାନ୍ତି।

୧୯୬୩ମସିହାରୁ ଏହି ରହି ଆସିଛି। ଏହି ବେଶ ପରମ୍ପରା ଦ୍ୱାରା ସମାଜରେ ଶାନ୍ତି ଶୃଙ୍ଖଳା ତଥା ସମଗ୍ର ମାନବ ସମାଜର ଉନ୍ନତି ହେବା ପାଇଁ ବାର୍ତ୍ତା ପ୍ରଚାର କରାଯାଇଥାଏ।

ବିଜିପୁରର ଛି ଛି ଛି ଦରିଦ୍ର ପଞ୍ଚାକ୍ଷର ପାର୍ଟି ଏହି ବେଶର ଆୟୋଜନ କରି ଆସୁଛି।

ଏହି ବେଶ ମା’ କାଲୁଆ ମନ୍ଦିରରୁ ବାହାରି ବିଭିନ୍ନ ସାହି ଦେଇ ଦେସୀବେହେରା ସାହିସ୍ଥିତ ମା’ଙ୍କ ଅସ୍ଥାୟୀ ମଣ୍ଡପରେ ପହଁଞ୍ଚିଥିଲା। ଏହି ବେଶ ସନ୍ଧ୍ୟା ୭ରୁ ବାହାରିଥିଲା। ଏପ୍ରିଲ ୨୫ରେ ହୋଇଥିବା ଲଣ୍ଡା ବେଶଧାରୀଙ୍କ ମଧ୍ୟରୁ ହିଁ ବଚ୍ଛାବଚ୍ଛା ବୁଦ୍ଧ ବେଶ ହୋଇଥିଲେ। ୧୩୦ ଜଣ ବେଶଧାରୀ ଲଣ୍ଡା ବେଶରେ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୪୧ ଜଣ ବୁଦ୍ଧ ବେଶ ହୋଇଥିଲେ।

ଲଣ୍ଡା ମୁଣ୍ଡ ଓ ଦେହରେ ଗେରୁଆ ଲୁଗା ପିନ୍ଧି, ହାତରେ ଭିକ୍ଷା ଥାଳ ଧରି ମୁହଁରେ ବୁଦ୍ଧଂ ଶରଣମ ଗଛାମି, ସଂଘମ ଶରଣମ୍ ଗଛାମି କହି  ସାହି ସାହି ଚାଲୁଥିଲେ। ପ୍ରଥା ଅନୁଯାୟୀ ଜଣେ ବ୍ୟକ୍ତି ଥରେ ବେଶ ହେଲେ ସେ ଯାତ୍ରାବେଳେ ତିନି  ଥର ଏହି ବେଶ ହେବାକୁ ପଡ଼େ।

Comment