ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

Election Update 11am

ନିର୍ବାଚନ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ମୋଦି-ଶାହଙ୍କ ନିର୍ବାଚନ ଆଚରଣବିଧି ଉଲ୍ଲଘଂନ ଅଭିଯୋଗ ଉପରେ ଆଜି ସୁପ୍ରିମକୋର୍ଟରେରେ ଶୁଣାଣି

ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। କଂଗ୍ରେସ ଏ ନେଇ ସର୍ବୋଚ୍ଚ ନ୍ୟାୟଳୟରେ ପିଟିସନ ଦାୟର କରିଛି। କଂଗ୍ରେସର ଜଣେ ସାଂସଦ ସୁପ୍ରିମକୋର୍ଟରେ ମାମଲା ଦାୟର କରି ଅପିଲ କରିଛନ୍ତି କି ଏ ନେଇ ସର୍ବୋଚ୍ଚ ନ୍ୟାୟଳୟ ଶୁଣାଣି ଖୁବଶୀଘ୍ର କରନ୍ତୁ। କଂଗ୍ରେସର ଅଭିଯୋଗ ପ୍ରଧାନମନ୍ତ୍ରୀ ଓ ଅମିତ ଶାହ ନିର୍ବାଚନ ପ୍ରଚାର ସମୟରେ ସୁରକ୍ଷାବଳ ଓ ସଶସ୍ତ୍ର ବଳଙ୍କ ଉଲ୍ଲେଖ କରୁଛନ୍ତି, ଯାହା ଆଚରଣ ବିଧିକୁ ଉଲ୍ଲଘଂନ କରୁଛି।

ସଂଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୬୭.୫ପ୍ରତିଶତ ମତଦାନ

ସରିଛି ରାଜ୍ୟରେ ଶେଷ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ। ସଂଧ୍ୟା ୭ଟା ସୁଦ୍ଧା ରାଜ୍ୟରେ ୬୭.୫ପ୍ରତିଶତ ମତଦାନ ହୋଇଛି। ମୟୂରଭଞ୍ଜରେ ୬୬, ଯାଜପୁରରେ ୬୫, କେନ୍ଦ୍ରାପଡ଼ାରେ ୬୫ ,ଜଗତସିଂହପୁରରେ ୬୪ , ଭଦ୍ରକରେ ୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ନୂଆ ସଜବାଜ – ୧୦୦ ଦିନର ଯୋଜନା ପ୍ରସ୍ତୁତ କରୁଛି ମୋଦିଙ୍କ ଟିମ୍

ଗୋଟିଏ ପଟେ ବିଜେପି ନେତାମାନେ ନିର୍ବାଚନ ପ୍ରଚାର ଓ ଭୋଟରେ ମାତିଥିବା ବେଳେ ତେଣେ କେନ୍ଦ୍ର ଅମଲାତନ୍ତ୍ର ବିଭିନ୍ନ କ୍ଷେତ୍ର ବା ସେକ୍ଟର  ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଆରମ୍ଭ କରିଦେଇଛି। ଏଥିରେ ନୂଆ ସରକାର ପାଇଁ ପ୍ରଥମ ୧୦୦ ଦିନର  କାର୍ଯ୍ୟସୂଚୀ ମଧ୍ୟ ସାମିଲ ହୋଇଛି। କେନ୍ଦ୍ର ସରକାରଙ୍କ ସମସ୍ତ ମନ୍ତ୍ରାଳୟ ଏହି କାର୍ଯ୍ୟସୂଚୀକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ଦେଖାଇବା ବି ଆରମ୍ଭ କରି ଦେଇଛନ୍ତି। ମାନବ ସମ୍ବଳ ବିକାଶ ବିଭାଗ ତ ଆଉ ଗୋଟିଏ ପାଦ ଆଗେଇଯାଇ ଆଗାମୀ ୫ ବର୍ଷ ପାଇଁ ଏକ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି।

ନିର୍ବାଚନ ସମ୍ପର୍କିତ ଅଧିକ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ

ପାଟକୁରାରେ ନବୀନ ଖେଳିଲେ ମହିଳା ଓ ଅନୁକମ୍ପା କାର୍ଡ

ଏଥର ପ୍ରଧାନମନ୍ତ୍ରୀ ବାଛିବାରେ ରହିବ କି ନବୀନଙ୍କ ପ୍ରମୁଖ ଭୂମିକା?

ନବୀନ କହିଥିଲେ ‘ବିଶ୍ୱାସଘାତକ’, ବୈଜୟନ୍ତ କହିଲେ ‘ବେଇମାନ’

ଭଦ୍ରକ ଲୋକସଭା ଆସନ – ମଇଦାନରେ ୮ପ୍ରାର୍ଥୀ, କାହାକୁ ବାଛିବେ ଭୋଟର?

କାହିଁକି ଗୁରୁତ୍ୱପୂର୍ଣ୍ଣ ଶେଷ ପର୍ଯ୍ୟାୟ ନିର୍ବାଚନ?

Comment