ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାକୁ ମାଡ଼ି ଆସୁଥିବା ବାତ୍ୟା ‘ଫନି’କୁ ନେଇ କେନ୍ଦ୍ରାପଡ଼ାରେ ଜୋରଦାର ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପରେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।

ପ୍ରଦୀପ କହିଛନ୍ତି,” କେନ୍ଦ୍ରାପଡ଼ାରେ ଚିଙ୍ଗୁଡ଼ି ଘେରି ଶ୍ରମିକ, ଗର୍ଭବତୀ ମହିଳା, ଶିଶୁ, ଦିବ୍ୟାଙ୍ଗ, ବୟସ୍କ ବ୍ୟକ୍ତିଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବାରେ ବିଶେଷ ଗୁରୁତ୍ୱ ଦିଆଯିବ।”

ଜରୁରୀକାଳୀନ ପରିସ୍ଥିତି ପାଇଁ ବର୍ତ୍ତମାନଠାରୁ କେନ୍ଦ୍ରାପଡ଼ାରେ ୩ଟି ଏନ୍‌ଡିଆର୍‌ଏଫ୍‌, ୨ଟି ଓଡ୍ରାଫ ଟିମ୍‌ ପହଞ୍ଚିସାରିଥିବା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି।

Comment