ଓଡ଼ିଶାଲାଇଭ୍ ବ୍ୟୁରୋ

Fani Precaution: People Shifted to safety places through Buses
ସମ୍ଭାବ୍ୟ ବାତ୍ୟା ଫନି ପାଇଁ ଚନ୍ଦ୍ରଭାଗା ନୋଳିଆ ବସ୍ତିରୁ ଲୋକଙ୍କୁ ବସ୍ ଦ୍ୱାରା ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି

ଘଣ୍ଟାକୁ ୧୬ କିଲୋମିଟର ବେଗରେ ମାଡ଼ିଆସୁଛି ‘ଫନି’। ପୁରୀଠାରୁ ପାଖାପାଖି ୩୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏଥିପାଇଁ ସରକାର ପୂରା ସଜାଗ ରହିଛନ୍ତି। ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ ଏବଂ ବିଭିନ୍ନ ଜିଲ୍ଲାର ଜିଲ୍ଲା ପ୍ରଶାସନ ପୂରା ପ୍ରସ୍ତୁତ ଅଛନ୍ତି।

Fani Precaution: People Shifted to safety places
ସମ୍ଭାବ୍ୟ ବାତ୍ୟା ଫନି ପାଇଁ ଚନ୍ଦ୍ରଭାଗା ନୋଳିଆ ବସ୍ତିରୁ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି

ପୁରୀ ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକେମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଚନ୍ଦ୍ରଭାଗା ନିକଟସ୍ଥ ନୋଳିଆ ବସ୍ତିରୁ ବି ଲୋକମାନଙ୍କୁ ସ୍ଥାନାନ୍ତର କରିବା ଜାରି ରହିଛି। ପ୍ରଶାସନ ପୋଲିସ, ସ୍ୱେଚ୍ଛାସେବୀଙ୍କ ସହାୟତାରେ ନୋଳିଆ ବସ୍ତିରୁ ଲୋକମାନଙ୍କୁ ନିକଟସ୍ଥ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଉଛି। ପ୍ରସୂତି, ବୃଦ୍ଧା ଏବଂ ଛୁଆମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଛି। ନୋଳିଆ ବସ୍ତିରେ ପାଖାପଖି ୩୦୦୦ ଲୋକ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ୧୫୦୦ ଲୋକଙ୍କୁ ସ୍ଥାନାନ୍ତର କରାସରିଛି। ଏହି ପ୍ରକ୍ରିୟା ଜାରି ରହିଛି।

Fani Precaution: People Shifted to safety places

ତେବେ ବର୍ତ୍ତମାନ ଚନ୍ଦ୍ରଭାଗାରେ ସମୁଦ୍ର ଅଶାନ୍ତ ଅଛି।

ଫନି ବେଳେ କେମିତି ରହିବେ ସତର୍କ

ଓଡ଼ିଶାରେ ବାତ୍ୟା ଫନିର କେତେ ପ୍ରଭାବ ରହିବ?

Comment