ଓଡ଼ିଶାଲାଇଭ୍ ବ୍ୟୁରୋ 

ଭୟଙ୍କର ରୂପ ନେଇ ପୁରୀ ଅଭିମୁଖେ ମାଡ଼ି ଆସୁଛି ବାତ୍ୟା ‘ଫନି’। ପୁରୀଠାରୁ ୧୧୦ କିଲେମିଟର ଏବଂ ଗୋପାଳପୁରଠାରୁ ୬୫ କିଲୋମିଟର ଦୂରରେ ରହିଛି ଫନି। ଫନି ଯେତିକି ନିକଟତର ହେଉଛି ସମୁଦ୍ର ମଧ୍ୟ ସେତିକି ଅଶାନ୍ତ ରହୁଛି।

ଗୋପାଳପୁରରେ ବର୍ତ୍ତମାନ ୧୦୫ କିଲୋମିଟର ବେଗରେ ପବନ ବହୁଥିବା ବେଳେ ପୁରୀରେ ପବନର ବେଗ ୬୦ରୁ ୬୫ କିଲୋମିଟର ରହିଛି। ବର୍ତ୍ତମାନ ସୁଦ୍ଧା ଗୋପାଳପୁରରେ ୧୪୯ ମିଲିମିଟର ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

ପୁରୀରେ ୯୫ ଏବଂ ଭୁବନେଶ୍ୱରରେ ୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଘଣ୍ଟାକୁ ୧୬ କିଲୋମିଟର ବେଗରେ ଫନି ଗତି କରୁଛି। ଫନି ପୁରୀ ସହର ପାଖାପାଖି ସାଢ଼େ ୮ଟାରେ ଲ୍ୟାଣ୍ଡଫଲ୍ କରିବ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି।

ପୁରୀରେ ପବନର ବେଗ ବଢ଼ୁଥିବାରୁ ସମୁଦ୍ର କୂଳରେ ଧୂଳିଝଡ଼ ଆରମ୍ଭ ହୋଇଛି। ସମୁଦ୍ର ମଧ୍ୟ ଅଶାନ୍ତ ରହିଛି। ସମୁଦ୍ରରୁ ଉଚ୍ଚ ଜୁଆର ସୃଷ୍ଟି ହେଉଛି। ତେବେ ବାତ୍ୟା ଫନି ଯେତିକି ନିକଟତର ହେଉଛି ପୁରୀ ସମୁଦ୍ରକୂଳରେ ପରିସ୍ଥିତି ଅଧିକ ଭୟଙ୍କର ହେଉଛି।

Comment