ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ ମୁକାବିଲା ପାଇଁ କେନ୍ଦ୍ରକୁ ଅଧିକ ଏନଡିଆରଏଫ୍ ଟିମ୍ ମାଗିଲା ଓଡ଼ିଶା। ପୂର୍ବରୁ ଫନି ମୁକାବିଲା ପାଇଁ୨୮ଟି ଏନଡିଆରଏଫ୍ ଟିମ୍ ମୁତୟନ ଅଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଏମାନଙ୍କୁ ଆଲର୍ଟ ରଖାଯାଇଛି। ତେବେ ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଅଧିକ ଏନଡିଆରଏଫ୍ ୟୁନିଟ ମାଗିଛନ୍ତି।

ପାଟଣାରୁ ୬ଟି, ବାରଣାସୀରୁ ୪ଟି ଏନଡିଆରଏଫ୍ ୟୁନିଟ ଓଡ଼ିଶା ଆସିଛନ୍ତି। ଏହାସହ କଟକ ମୁଣ୍ଡଳୀରେ ଥିବା ଏନଡିଆରଏଫ୍ ଟିମକୁ ବାତ୍ୟା ମୁକାବିଲା ପାଇଁ ବିଭିନ୍ନ ସ୍ଥାନକୁ ପଠା ଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଫନି ପୁରୀ ଆଖପାଖ ଅଞ୍ଚଳରେ ସକାଳ ସାଢ଼େ ୮ଟା ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପୂରା ସଜାଗ ଅଛନ୍ତି। ପୁରୀଠାରୁ ୮୦ କିଲୋମିଟର ଦୂରରେ ରହିଛି ଫନି।

LEAVE A REPLY

Please enter your comment!
Please enter your name here