ଓଡ଼ିଶାଲାଇଭ ବ୍ୟୁରୋ

‘‘ଅତି ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ରେ ଓଡ଼ିଶାର ୩୦ ଲକ୍ଷ ବିଦ୍ୟୁତ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ୧୦ ଲକ୍ଷ ଉପଭୋକ୍ତାଙ୍କୁ ସୋମବାର ସୁଦ୍ଧା ବିଦ୍ୟୁତ ସଂଯୋଗ ଦିଆଯିବ। ଆସନ୍ତା ସପ୍ତାହେ ମଧ୍ୟରେ ସମସ୍ତଙ୍କୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ଉଦ୍ୟମ ଜାରି ରହିଛି। ଏନେଇ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି’’, କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ।

ଗତ ଶୁକ୍ରବାର ସକାଳେ ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା। ପୁରୀ ସମେତ ଖୋର୍ଦ୍ଧା, ଭୁବନେଶ୍ୱର ଏବଂ ଜଗତସିଂହପୁରକୁ ବିଶେଷ ପ୍ରଭାବିତ କରିଥିଲା ଫନି। ଫନି ତାଣ୍ଡବରେ ବଡ଼ ବଡ଼ ଗଛ ଉପୁଡ଼ିଯିବା ସହ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗି ଯାଇଛି। ଗଛ ଡାଳ ବିଦ୍ୟୁତ ତାର ଉପରେ ଶୋଇ ରହିଥିବାରୁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଛିା

ଗତ ତିନି ଦିନ ହେଲା ରାଜଧାନୀ ଭୁବନେଶ୍ୱର ସମେତ ପୁରୀ, କଟକ, ଖୋର୍ଦ୍ଧା ଅନ୍ଧାରରେ ରହିଛି। ବାତ୍ୟା ଫନିରେ ପ୍ରାୟ ୧ କୋଟି ଲୋକ ପ୍ରଭାବିତ ହୋଇଥିବା ବେଳେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ୨୦ ହଜାର ଗଛ ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି।

ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି, ‘‘ଆଜି ରାତି ସୁଦ୍ଧା ଜରୁରୀକାଳୀନ ଅନୁଷ୍ଠାନକୁ ବିଦ୍ୟୁତ ଯୋଗାଣ ହେବା ହସ୍ପିଟାଲ, ରେଲଓ୍ୱେ, ଏୟାରପୋର୍ଟକୁ ଆଜି ବିଦ୍ୟୁତ ଯୋଗାଣ କରାଯିବା ସୋମବାର ସୁଦ୍ଧା ଉପଭୋକ୍ତାମାନଙ୍କୁ ବିଦ୍ୟୁ ଯୋଗାଇ ଦେବା ପାଇଁ ଉଦ୍ୟମ ଜାରି ରହିଛିା ବାତ୍ୟା ଫନିରେ ୨୦୦ କୋଟି ଟଙ୍କାର କ୍ଷତି ହୋଇଛିା’’

ସେ ଆହୁରି କହିଛନ୍ତି ଯେ କଟକରେ ସମସ୍ତ ଗ୍ରୀଡ୍ ଆଜି ଚାର୍ଜ କରାଯାଇଛିା କଟକରେ ଖୁବଶୀଘ୍ର ବିଦ୍ୟୁତ ଯୋଗାଣ ହେବା ଭୁବନେଶ୍ୱରର ୪ଟି ଗ୍ରୀଡକୁ ଚାର୍ଜ କରାଯାଉଛିା କଟକ, ଭୁବନେଶ୍ୱରରେ ଗ୍ରୀଡ୍ ଚାର୍ଜ ହେବା ପରେ ପୁରୀରେ ଯୁଦ୍ଧବାଳୀନ ଭିତ୍ତିରେ କାମ ହେବା

LEAVE A REPLY

Please enter your comment!
Please enter your name here