ଓଡ଼ିଶାଲାଇଭ ବ୍ୟୁରୋ

ବାତ୍ୟା ଫନି ପରେ ଧିରେ ଧିରେ ଅଣ୍ଟା ସଳଖୁଛି ସମସ୍ତ ଅଞ୍ଚଳ। ଅନ୍ୟପଟେ ଏବେବି ଅନେକ ଲୋକଙ୍କ ପାଖରେ ପହଞ୍ଚିପାରୁନାହିଁ ବିଜୁଳି ଓ ପାଣି ସୁବିଧା।

ଫନିରେ ସରକାରୀ ହିସାବରେ ମୃତ୍ୟୁସଂଖ୍ୟା ୪୧ରେ ପହଞ୍ଚିଥିଲାବେଳେ ପୁରୀରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୨୧ରେ ପହଞ୍ଚିଛି। ସେହିପରି କେନ୍ଦ୍ରାପଡ଼ାରେ ୩ ଓ କଟକରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ବାତ୍ୟା ଫନିଦ୍ବାରା ପାଖାପାଖି ୧୭ ଲକ୍ଷରୁ ଅଧିକ ପଶୁପକ୍ଷୀଙ୍କର ମୃତ୍ୟୁ ହୋଇଥିବା ସରକାରୀ ହିସାବରେ ଜଣାପଡ଼ିଛି।

ସେପଟେ ସହରର ବିଭିନ୍ନ ସ୍ଥାନରେ ଉପୁଡ଼ି ପଡ଼ିଥିବା ଗଛକୁ ଲୋକେ ଚାହିଁଲେ କାଟି କରି ନେଇପାରିବେ ବୋଲି ସରକାରୀ ବିଜ୍ଞପ୍ତି ମାଧ୍ୟମରେ ଲୋକମାନଙ୍କୁ ସୂଚନା ଦିଆଯାଇଛି।

ଫନିପାଇଁ ରାଜଧାନୀ ଭୁବନେଶ୍ୱର ସମେତ ପୁରୀ ଖୋର୍ଦ୍ଧା ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି।

Comment