ଓଡ଼ିଶାଲାଇଭ ବ୍ୟୁରୋ

ଗଞ୍ଜାମ ତାରାତାରିଣୀ ମନ୍ଦିର ନିକଟରେ ବିଧବା ଆଶାକର୍ମୀଙ୍କୁ ଗଣଦୁଷ୍କର୍ମ ମାମଲାର ରାୟ ୨୦ବର୍ଷ ପରେ ପ୍ରକାଶ ପାଇଛି। ୪ ଜଣ ଅଭିଯୁକ୍ତ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଏହି ମାମଲାର ବିଚାରକରି ରାୟ ଶୁଣାଇଛନ୍ତି।

ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ୪ ଜଣ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ। ଏହାସହିତ ସମସ୍ତ ଅଭିଯୁକ୍ତଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ଜରିମାନା ଆଦେଶ ଦେଇଛନ୍ତି କୋର୍ଟ। ଜରିମାନା ନଦେଲେ ଅତିରିକ୍ତ ୬ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ରହିଛି।

ସରକାରଙ୍କ ପକ୍ଷରୁ ଆଇନଜୀବୀ  ଶରତ ଚନ୍ଦ୍ର ପ୍ରଧାନ ଓ  ଡମିନାଥ ସାହୁ ମାମଲା ପରିଚାଳନା କରିଥିଲେ। ସେପଟେ ମାମଲାର ରାୟପ୍ରକାଶ ପାଇବା ପରେ ଅଭିଯୁକ୍ତଙ୍କ ଓକିଲ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

୨୦୧୩ ମସିହା ଏପ୍ରିଲ ୨୭ ତାରିଖ ସକାଳ ୯ଟାରେ ବିଧବା ଆଶାକର୍ମୀ ଜଣଙ୍କ ଅଟୋରେ ତାରାତାରିଣୀ ଦର୍ଶନ ଲାଗି ବାହାରିଥିଲେ। ଡ୍ରାଇଭର ବୁଲୁ ଓରଫ ସନ୍ତୋଷ ବିଶ୍ୱାଳ ଆଶାକର୍ମୀଙ୍କୁ ମନ୍ଦିରରେ ନଛାଡ଼ି ଏକ ପାନ୍ଥଶାଳାରେ ଛାଡ଼ିଥିଲେ। ଏହାପରେ ସେ ତାଙ୍କ ବନ୍ଧୁ ମନୋଜ ସାହୁ, କୃଷ୍ଣଚନ୍ଦ୍ର ବେହେରା, ସୁରେନ୍ଦ୍ର କୁମାର ଦାସଙ୍କୁ ଫୋନ କରିଥିଲେ।

ଜଣକ ପରେ ଜଣେ ଆଶାକର୍ମୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ କରି ପୋଲିସ ୨୦୧୩ ମେ’ ୭ରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ମାମଲାର ବିଚାର କୋର୍ଟରେ ସେବେଠୁ ଚାଲିଥିଲା।

Comment