ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଜାତୀୟ ପ୍ରାଣୀ ଉଦ୍ୟାନ ଗତ ୨ ତାରିଖରୁ ବନ୍ଦ କରାଯାଇଥିଲା। ତେବେ ଆସନ୍ତା ୨୧ ତାରିଖରେ ନନ୍ଦନକାନନ ଖୋଲିବ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ଏସ୍ କେ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ଜୟଦେବ ବାଟିକା ଆସନ୍ତାକାଲିଠାରୁ ଖୋଲାଯିବ।

ବାତ୍ୟା ‘ଫନି’ ପାଇଁ ଗତ ୨ରୁ ୪ ତାରିଖ ପର୍ଯ୍ୟନ୍ତ ନନ୍ଦନକାନନ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତେବେ ବାତ୍ୟାର ଭୟଙ୍କର ପ୍ରଭାବ ଯୋଗୁଁ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୧ ତାରିଖରେ ନନ୍ଦନକାନନ ଖୋଲିବା ନେଇ ଏସ୍ କେ ସିଂହ କହିଛନ୍ତି।
‘ଫନି’ରେ ଜଙ୍ଗଲ ଓ ପରିବେଶ ବିଭାଗର ୫୩୭ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେହିପରି ପାଖାପାଖି ୯ ଲକ୍ଷ ଗଛ ଭାଙ୍ଗିଯାଇଥିବା ବେଳେ ୫ ଲକ୍ଷରୁ ଅଧିକ ଗଛ ଉପୁଡ଼ି ପଡ଼ିଥିବାର ସୂଚନା ମିଳିଛ।














