ଓଡ଼ିଶାଲାଇଭ୍ ବ୍ୟୁରୋ

ଖରାଦିନେ ଡାଇରିଆ ହେବାର ଆଶଙ୍କା ଅଧିକ ଥାଏ। ସାରା ବିଶ୍ୱରେ ଏହି ରୋଗ ଯୋଗୁଁ ପ୍ରତିବର୍ଷ ପ୍ରାୟ ୪୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ। କିଛି ଘରୋଇ ଉପାୟ ଆପଣେଇଲେ ଡାଇରିଆରୁ ରକ୍ଷା ପାଇ ପାରିବେ।

ଡାଇରିଆ ହେଲେ ବ୍ୟକ୍ତି ଜଣକର ପତଳା ଝାଡ଼ା ହୋଇଥାଏ। ଝାଡ଼ା ବାରମ୍ବାର ହୋଇଥାଏ। ଫଳରେ ପୀଡ଼ିତଙ୍କ ଶରୀରରେ ଥିବା ପାଣି ଓ ଇଲୋକ୍ଟ୍ରୋଲାଇଟସ୍(ସୋଡ଼ିୟମ୍ ଭଳି ମିନେରାଲସ) ମଳ ସହିତ ବାହାରିଯାଏ। ତେଣୁ ଶରୀରର ସନ୍ତୁଳନ ବିଗିଡ଼ିଯାଏ ଏବଂ ବଦହଜମି ହୋଇଥାଏ।

ଖରାଦିନେ ଖାଦ୍ୟ ଖୁବ୍ ଶୀଘ୍ର ଖରାପ ଓ ସଂକ୍ରମିତ ହୋଇଥାଏ। ଏପରିସ୍ଥଳେ ବ୍ୟାକ୍ଟେରିଆ ଦ୍ୱାରା ସଂକ୍ରମିତ ଖାଦ୍ୟ ଖାଇବା, ଛଣାଛଣି, କଟା ଫଳ ଖାଇବା, ଗରିଷ୍ଠ ଭୋଜନ ଖାଇବା ଓ ଦୂଷିତ ପାଣି ପିଇବା ଯୋଗୁଁ ଡାଇରିଆ ହୋଇଥାଏ।

ଡାଇରିଆ ହେବା ସମୟରେ ଶରୀରରେ ପାଚନ କ୍ରିୟା ମନ୍ଥର ହୋଇଯାଏ। ତେଣୁ ହାଲକା ଖାଦ୍ୟ ଖାଆନ୍ତୁ।

ଯଦି ଡାଇରିଆ ହୋଇ ଜ୍ୱର ହୋଇଯାଏ। ତେବେ କୌଣସି ପ୍ରକାର ବ୍ୟାକ୍ଟେରିଆଲ ବା ଭାଇରାଲ ସଂକ୍ରମଣ ହୋଇଛି ବୋଲି ଜାଣନ୍ତୁ। ଏଭଳି ସ୍ଥିତିରେ ସିଧା ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

ଭାତ ପାଣି ଡାଇରିଆ ରୋକିବା ପାଇଁ ବେଶ୍ ଉପକାରୀ ହୋଇଥାଏ। ଏହା ହାଲକା ଖାଦ୍ୟ ହୋଇଥିବାବେଳେ ଏଥିରେ ପ୍ରଚୁର ପରିମାଣରେ କାର୍ବୋହାଇଡ୍ରେଟ୍ ରହିଥାଏ ଯାହାକି ରୋଗୀ ପାଇଁ ଉପକାରୀ।

ରୋଗୀକୁ ମୁଗଡ଼ାଲି ପଡ଼ିଥିବା ପତଳା ଖେଚୁଡ଼ି ସହିତ ଦହି ଖାଇବାକୁ ଦେଇପାରିବେ।

ଡାଇରିଆ ରୋଗୀଙ୍କୁ ଲେମ୍ବୁ, ଲୁଣ ଓ ଚିନିର ପାଣି ଦେଲେ ମଧ୍ୟ ଉପକାର ମିଳିଥାଏ।

ମିନେରାଲରେ ପରିପୂର୍ଣ୍ଣ ନଡ଼ିଆ ପାଣି ଡାଇରିଆ ରୋଗୀଙ୍କ ପାଇଁ ଲାଭଦାୟକ।

ଡାଇରିଆ ଭଲ ହେବାର କିଛି ଦିନ ପର୍ଯ୍ୟନ୍ତ ମଧ୍ୟ ସତର୍କ ରହିବା ଜରୁରୀ। ଏହି ସମୟରେ କମ୍ ତେଲ ଓ ଘିଅର ହାଲକା ଖାଦ୍ୟ ଖାଆନ୍ତୁ। କୋଲ୍ଡ ଡ୍ରିଙ୍କ ବଦଳରେ ଲେମ୍ବୁ, ନଡ଼ିଆ ପାଣି, ଦହି, ଫଳରସ ପ୍ରଭୃତି ପିଅନ୍ତୁ।

Comment