ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ୍ ଅଭିନେତା ସାହିଦ କପୁରଙ୍କ ସିଙ୍ଗାପୁରରେ ମାଡାମ ତୁଷାଦ ମ୍ୟୁଜିୟମରେ ମହମ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହି ଫଙ୍କସନରେ ସାହିଦ ନିଜ ପତ୍ନୀ ମୀରା ରାଜପୁତଙ୍କ ସହିତ ପହଞ୍ଚିଥିଲେ। ସାହିଦ ଏଠାରେ ନିଜ ମହମ ପ୍ରତିମା ସହ ଢେରସାରା ଫଟୋ ପୋଜ୍ ଦେଥିବା ନଜର ଆସିଛନ୍ତି। ଏନେଇ ସାହିଦ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଯେଉଁଥିରେ ସେ ଏକ ସୁନ୍ଦର କ୍ୟାପସନ ବି ଦେଇଛନ୍ତି।

ଇନଷ୍ଟାଗ୍ରାମରେ ସାହିଦ୍ ଏହି ଫଙ୍କସନର ବିଭିନ୍ନ ପ୍ରକାର ଫଟୋ ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି। ଗୋଟିଏ ଫଟୋରେ ସାହିଦ ନିଜର ଏହି ମହମ ପ୍ରତିମୂର୍ତ୍ତିକୁ ଠିକ୍ କରୁଥିବା ନଜର ଆସିଛନ୍ତି। ଏହା ସହିତ ସେ ଏହି ଫଟୋରେ କ୍ୟାପସନ ଦେଇଛନ୍ତି କି ‘ବାଲ ସମ୍ଭାଲ ମୁଦ୍ରା’।

 

View this post on Instagram

 

#twinning

A post shared by Shahid Kapoor (@shahidkapoor) on

ସାହିଦ ଏହି ଫଙ୍କସନର ଏକ ଲାଇଭ ଭିଡିଓ ରେକର୍ଡ କରି ଫ୍ୟାନ ମାନଙ୍କ ସହ ସେୟାର କରିଛନ୍ତି। ସେ ଗଣାମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ କହିଛନ୍ତି, “ଏଠାକୁ ଆସି ମୋତେ ବହୁତ ଭଲ ଲାଗୁଛି। ଏହି ସ୍ଥାନ ଦେଇ ଯେତେବେଳେ ଆପଣ ମାନେ ଯାଆନ୍ତି ଏଠାରେ ସେହି ଲୋକମାନଙ୍କୁ ଦେଖିଥାନ୍ତି ଯେଉଁମାନଙ୍କୁ ଆପଣ ନିଜ ନିତିଦିନିଆ ଜୀବନରେ ଦେଖିଛନ୍ତି।”

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment