ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

ଆଖିକୁ ଭଲରେ ଦେଖାଯାଉ ନାହିଁ, ଚାଲିବାକୁ ବି ସକ୍ଷମ ନଥିବା ସତ୍ତ୍ୱେ ଶେଷ ପର୍ଯ୍ୟାୟରେ ଗଣତନ୍ତ୍ରର ମହାପର୍ବରେ ମହାଉତ୍ସାହ ସହ ନିଜର ମତ ସାବ୍ୟସ୍ତ କରିଛନ୍ତି ଦେଶର ପ୍ରଥମ ଭୋଟର। ସେ ହେଲେ ଶ୍ୟାମ ଶରଣ ନେଗୀ। ୧୦୨ ବର୍ଷୀୟ ନେଗୀ ଭୋଟ ଦେବା ପାଇଁ  ନଜି ମତଦାନ କେନ୍ଦ୍ରରେ କଳ୍ପରେ ପହଞ୍ଚିଥିଲେ।

ସେଠାରେ ପୋଲିଂ କର୍ମୀଚାରୀମାନେ ମହାଆନନ୍ଦରେ ତାଙ୍କୁ ସ୍ୱାଗତ କରିଥିଲେ। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନ ଲାଗି ଲୋକସଭା ୨୦୧୯ର ଶେଷ ପର୍ଯ୍ୟାୟରେ ମତଦାନ ଚାଲିଛି।

କିଏ ଏହି ବ୍ୟକ୍ତି?

ଶ୍ୟାମ ଶରଣ ନେଗୀ, ଯିଏକି ଆମ ଦେଶର ପ୍ରଥମ ଭୋଟର ଭାବେ ପରିଚିତ। ହିମାଚଳ ପ୍ରଦେଶ ଉତ୍ତର ଅଞ୍ଚଳରେ ରହୁଥିବା ବ୍ୟକ୍ତି ଜଣକ ଦେଶ ସ୍ୱାଧିନ ହେବା ପରେ ପ୍ରଥମ ସାଧାରଣ ନିର୍ବାଚନରେ ଭୋଟ ଦେଇଥିଲେ।

ରିପୋର୍ଟ ଅନୁସାରେ ଭାରତ ସ୍ୱାଧୀନ ହେବା ପରେ ୧୯୫୨ରେ ପ୍ରଥମେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। କିନ୍ତୁ ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ ହେଉଥିବାରୁ ଏହା ପୂର୍ବରୁ ଅର୍ଥାତ ୧୯୫୧ ଅକ୍ଟୋବର ୨୩ରେ ସେଠାରେ ସ୍ୱତନ୍ତ୍ର ଭାବେ ମତଦାନ ଅନୁଷ୍ଠିତ ହୋଇଥିଲା।

ସେଠାରେ ଏହି ବ୍ୟକ୍ତି ଜଣକ ପ୍ରଥମ ଭୋଟର ଭାବେ ମତଦାନ କରିଥିଲେ। ସେବେଠାରୁ ଏବେ ପର୍ଯ୍ୟନ୍ତ ଦେଶରେ ଯେତେଥର ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଛି ସେ ନିଜର ମତଦାନ କରିଛନ୍ତି।

ଶ୍ୟାମ ଶରଣ ନେଗୀ ଜୁଲାଇ ୧, ୧୯୧୭ ମସିହାରେ ହିମାଚଳ ପ୍ରଦେଶର କଳ୍ପରେ ଜନ୍ମ ଗ୍ରହଣ କରିଥିଲେ। ଏବେ ସେ ୧୦୧ ବର୍ଷରେ ପହଞ୍ଚିଲେଣି। ଆଖିକୁ ଆଉ ଭଲ ଭାବରେ ଦେଖାଯାଉନି। ତଥାପି ଏଥର ବି ସେ ମତଦାନ କରିବେ ବୋଲି ଆଶା ରଖିଛନ୍ତି। କଳ୍ପ ଅଞ୍ଚଳରେ ମେ ୧୯ରେ ମତଦାନ ହେବ।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁhttps://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment