ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ବିହାର ବିଧାନସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ଆସନ ଲାଗି ଭୋଟ ପଡ଼ିବ। ଯେଉଁଥିରେ ପ୍ରାୟ ୧,୨୦୭ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଏମାନଙ୍କ ମଧ୍ୟରେ ୧୦୯୪ ପୁରୁଷ ପ୍ରାର୍ଥୀ ଥିଲା ବେଳେ ୧୧୦ ମହିଳା ପ୍ରାର୍ଥୀ ଅଛନ୍ତି।

ଏହି ପର୍ଯ୍ୟାୟରେ ବିହାରର ପ୍ରାୟ ୨ କୋଟି ୩୫ ଲକ୍ଷ ୫୪ ହଜାର ୭୧ ଭୋଟର ନିଜର ମତ ସାବ୍ୟସ୍ତ କରିବେ। ଏମାନଙ୍କ ମଧ୍ୟରେ ୧ କୋଟି ୨୩ ଲକ୍ଷ ୨୫ ହଜାର ୭୮୦ ପୁରୁଷ ଭୋଟର ଥିଲା ବେଳେ ୧ କୋଟି ୧୨ ହଜାର ୫ ହଜାର ୩୭୮ ମହିଳା ଭୋଟର ଅଛନ୍ତି।

ପୂର୍ବରୁ ଅକ୍ଟୋବର ୨୮ ପ୍ରଥମ ପର୍ଯ୍ୟାୟ ଓ ନଭେମ୍ବର ୩ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସରିଛି। ପ୍ରଥମ ପର୍ଯ୍ୟାୟରେ ୭୧ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୯୧ଟି ଆସନରେ ଭୋଟ ହୋଇଥିଲା।  ନଭେମ୍ବର ୧୦ ତାରିଖରେ ବିହାର ନିର୍ବାଚନର ଫଳାଫଳ ଘୋଷଣା ହେବ।

Comment