ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ପ୍ରଭାବିତ ଅଞ୍ଚଳରେ ଶିଶୁମାନଙ୍କ ମାନସିକ ସ୍ତରରେ ଯତ୍ନ ଏବଂ ସୁରକ୍ଷା ନିମନ୍ତେ ୟୁନିସେଫ୍‌ ଏବଂ ଭାରତ ଜ୍ଞାନ ବିଜ୍ଞାନ ସମିତିର ମିଳିତ ଉଦ୍ୟମରେ ‘ସ୍ନେହ ସମ୍ପର୍କ ଅଭିଯାନ’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ରବିବାର ପୁରୀ ଜିଲ୍ଲା ବ୍ରହ୍ମଗିରିର ବିଜୁ ପଟ୍ଟନାୟକ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ ହୋଇଛି। ଆସନ୍ତା ୪୫ ଦିନିଆ ଧରି ଏହି ଅଭିଯାନରେ ଚାଲିବ।

ପୁରୀ ଜିଲ୍ଲାର ସବୁଠୁ ଅଧିକ ବାତ୍ୟା ପ୍ରଭାବିତ ଅଞ୍ଚଳ କଣାସ, ବ୍ରହ୍ମଗିରି ଏବଂ କୃଷ୍ଣପ୍ରସାଦ ବ୍ଲକ୍‌ର ପାଖାପାଖି ୫୦ ହଜାର ଶିଶୁ ‘ସ୍ନେହ ସମ୍ପର୍କ ଅଭିଯାନ’ରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ତିନୋଟି ବ୍ଲକ୍‌ର ୫୦୦ ଗ୍ରାମରେ ଏହି କେନ୍ଦ୍ର ଖୋଲାଯିବ।

ଚିତ୍ରାଙ୍କନ, ସଙ୍ଗୀତ, ନାଚ, ଗଳ୍ପକଥନ, ଅଭିନୟ ତଥା ସେମାନଙ୍କୁ ବୁଝିବା, ବିନା ସଙ୍କୋଚରେ କହିବା ଏବଂ ବାତ୍ୟା ଦ୍ୱାରା ଯେଉଁ ମାନସିକ ସ୍ତରରେ ଭୟ ରହିଛି, ସେଥିରୁ ଯେପରି ମୁକୁଳି ପାରିବେ ସେନେଇ କାର୍ଯ୍ୟକ୍ରମ କରାଯିବ।

ରବିବାର ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ଡକ୍ଟର ମୋନିକା ନେସଲନ୍‌ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ମୋନିକା କହିଥିଲେ, “ବାତ୍ୟା ଭଳି ଯେ କୌଣସି ଦୂର୍ବିପାକ ଶିଶୁମାନଙ୍କ ପାଇଁ ପାଇଁ କଷ୍ଟକର ହୋଇଥାଏ। ବାତ୍ୟାରେ ଶିଶୁମାନଙ୍କ ମାନସିକ ସ୍ତରରେ ପ୍ରଭାବ ପକାଇଥାଏ। ‘ସ୍ନେହ ସମ୍ପର୍କ ଅଭିଯାନ’ କାର୍ଯ୍ୟକ୍ରମ ଦ୍ୱାରା ଶିଶୁମାନଙ୍କୁ ଭୟ, ଆଶଙ୍କାରୁ ମୁକାବିଲା କରିବା ପାଇଁ ଏବଂ ସାହାସ ବଢ଼ାଇବା ପାଇଁ ସାହାଯ୍ୟ କରିବ।”

LEAVE A REPLY

Please enter your comment!
Please enter your name here