ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହି ଏନକାଉଣ୍ଟର ଦକ୍ଷିଣ କଶ୍ମୀରର କୁଲଗାମର ଗୋପାଲପୋରା ଅଞ୍ଚଳରେ ହୋଇଛି। ଏବେ ମଧ୍ୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ରିପୋର୍ଟରୁ ଜଣା ପଡ଼ିଛି।

ଏହି ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହୁଥିବା ସଂପର୍କରେ ସୁରକ୍ଷାକର୍ମୀଙ୍କୁ ଖବର ମିଳିବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।

୩୪ ରାଜସ୍ଥାନ ରାଇଫଲ, ଜମ୍ମୁ କଶ୍ମୀର ପୋଲିସ ଏବଂ ସେନା ପକ୍ଷରୁ ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ମଧ୍ୟରେ ଆତଙ୍କବାଦୀ ସୁରକ୍ଷକର୍ମୀଙ୍କ ଉପରକୁ ଗୁଳି ଚଳାଇଥଲେ। ସୁରକ୍ଷାକର୍ମୀ ଏହାର କଡ଼ା ଜବାବ ଦେଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ପ୍ରାଣ ହରାଇଥିଲେ।

ଚଳିତ ମାସରେ ମାସରେ ଜମ୍ମୁ କଶ୍ମୀରେ ସୁରକ୍ଷାର୍କମୀଙ୍କ ଏନକାଉଣ୍ଟରରେ ପ୍ରାୟତଃ ୧୦ରୁ ଅଧିକ ଆତଙ୍କବାନୀ ନିପାତ ହୋଇଛନ୍ତି। ମାସ ଶେଷ ସୁଦ୍ଧା ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

Comment