ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଜି ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟଗଣତି। ୬୩ଟି କେନ୍ଦ୍ରରେ ଚାଲିଛି ଗଣନା। କେନ୍ଦ୍ରରେ ୨୧ ଲୋକସଭା ଓ ୧୪୬ ବିଧାନସଭା ଆସନ ଲାଗି ଭୋଟଗଣତି ଆରମ୍ଭ ହୋଇଛି।

ଭୋଟଗଣତି ଲାଗି ୬୭୦୦ କର୍ମଚାରୀ ନିୟୋଜିତ ରହିଛନ୍ତି। ମୋରଡ଼ାରେ ସର୍ବାଧିକ ୨୬ଟି ଟେବୁଲ ବୃଦ୍ଧି କରାଯାଇଛି। ପ୍ରତ୍ୟେକ ଗଣତି ପରେ ଜନସାଧାରଣଙ୍କୁ ତାହାର ଫଳାଫଳ ସମ୍ପର୍କରେ ସୂଚନା ଦିଆଯିବାର ବ୍ୟବସ୍ଥା କରାଯିବ।

ପ୍ରଥମେ ପୋଷ୍ଟାଲ ବାଲାଟ୍ ପେପର ଭୋଟ ଗଣତି ହେବ ଏବଂ ଏହାପରେ ଇଭିଏମ ଭୋଟ ଗଣତି ହେବ। ଏଥିରେ ଭିଭିପାଟ ଭୋଟଗଣତିକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ଗଣତି ହଲରେ ଲୋକସଭା ପାଇଁ ୭ଟି ଟେବୁଲ ଏବଂ ବିଧାନସଭା ଲାଗି ୭ଟି ଟେବୁଲ ରହିବ। ଗୋଟିଏ ଟେବୁଲ ଲାଗି ତିନିଜଣ ଅଧିକାରୀ ନିୟୋଜିତ ରହିବେ।

ସ୍ୱଚ୍ଛତା ଅବଲମ୍ବନ ପାଇଁ ଜଣେ ଗଣତି ସୁପରଭାଇଜର , ଜଣେ ଗଣତି ସହାୟକ, ଏବଂ ଜଣେ ମଇକ୍ରୋ ଅବଜରଭର ରହିବେ। ସେହପରି ପ୍ରତ୍ୟେକ ରାଉଣ୍ଡ ଗଣତି ପରେ ମାଇକ୍ରୋ ଅବଜରଭର ଓ ସୁପଭାଇଜର ତାଲିକା ପ୍ରସ୍ତୁତ କରିବେ, ଯାହାକୁ ମେଳ କରି ଯାଞ୍ଚ କରାଯିବ। ତେବେ ସମ୍ବଲପୁରରେ ସବୁଠୁ କମ୍ ଅର୍ଥାତ୍ ୧୯ଟି ରାଉଣ୍ଡରେ ଭୋଟଗଣତି ହେବ, ସେହିପରି ଭବାନୀପାଟଣାରେ ସର୍ବାଧିକ ୪୯ରାଉଣ୍ଡରେ ଭୋଟ ଗଣତି ହେବ। ଅର୍ଥାତ୍ ରାଜ୍ୟରେ ସମ୍ବଲପୁରର ଫଳାଫଳ ସବୁଠୁ ଆଗରେ ଜଣାପଡ଼ିବ ସେହିପରି ଭବାନୀପାଟଣାରେ ଟିକେ ବିଳମ୍ବରେ ଫଳାଫଳ ସ୍ପଷ୍ଟ ହେବ।

Comment