ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ଆଜି ଆସିବ ଜନାଦେଶ। ଆଗାମୀ ୫ବର୍ଷ ଲାଗି କାହାକୁ ବାଛିଛନ୍ତି ଜନତା। ସେସବୁ ପାଇଁ ନେତାଙ୍କଠୁ ଆରମ୍ଭ କରି ସାଧାରଣ ଜନତା ସମସ୍ତଙ୍କ ଭିତରେ ବଢ଼ୁଛି ଉତ୍କଣ୍ଠା।

ସକାଳ ୮ଟାରେ ରାଜ୍ୟରେ ଆରମ୍ଭ ହେବ ଭୋଟଗଣତି। ୨୧ ଲୋକସଭା ଓ ୧୪୬ ବିଧାନସଭା ଆସନ ଲାଗି ଭୋଟଗଣତି ହେବ। ଭୋଟ ଗଣତି ଲାଗି ରାଜ୍ୟରେ ୬୩ ଟି କେନ୍ଦ୍ର କରାଯାଇଛି। ସେଠାରେ ବିଶେଷ ବ୍ୟବସ୍ଥା ବି ହୋଇଛି।

୩ଟି ସ୍ତରରେ ଭଭିପାଟ ଓ ଇଭିଏମର ଗଣତି ଯାଞ୍ଚ ହେବ। ଅନ୍ୟପଟେ ଶେଷ ପର୍ଯ୍ୟାୟ ଭୋଟିଂ ଶେଷ ଦିନ ଆସି ସାରିଛି ଏକଜିଟ ପୋଲ।

ଯାହା ଆକଳନ କରିଛି କେନ୍ଦ୍ରରେ ଏଥର ଏନଡିଏକୁ ବହୁମତ ମିଳିବ ସେହିପରି ରାଜ୍ୟରେ ୨୧ ଲୋକସଭାରେ ବିଜେପିକୁ ୨୦୧୪ ତୁଳନାରେ ଅଧିକ ଆସନରେ  ସଫଳତା ମିଳିବ। ତେବେ ଏକଜିଟ୍ ପୋଲ କେତେ ଏକଜାଟ ପୋଲ ହେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

LEAVE A REPLY

Please enter your comment!
Please enter your name here