ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ.

(ନୂଆପଡ଼ାରୁ ନନ୍ଦିଘୋଷ ଖମାରି) : ୨୦୧୯ ନିର୍ବାଚନରେ ଖଡ଼ିଆଳ ବିଧାନସଭା ଆସନ ଅକ୍ତିଆର କରିଛି କଂଗ୍ରେସ। ୨୦୧୪ ନିର୍ବାଚନରେ ଏହି ଆସନ ବିଜେପି  ଅକ୍ତିଆରରେ ରହିଥିଲା। ଏଥର ଭୋଟର ଜାତୀୟ କଂଗ୍ରେସ ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀଙ୍କୁ ବିଜୟ  ମୁକୁଟ ପିନ୍ଧାଇଛନ୍ତି।

ଅଧିରାଜ  ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଲମ୍ବୋଦର ନିଆଲଙ୍କୁ ୨୪୧୨ ଭୋଟରେ ପରାଜିତ କରିଛନ୍ତି। ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ରାଉଣ୍ଡରୁ କଡା ଟକ୍କର ଦେଖା ଦେଇଥିଲା। ଅଧିରାଜ ମୋଟ  ୫୬,୯୨୩ ଭୋଟ ପାଇ ବିଜୟୀ ହୋଇଛନ୍ତି।

ଦ୍ଵିତୀୟ ସ୍ଥାନରେ ବିଜେଡିର ଲମ୍ବୋଦର ନିଆଲ  ୫୪ ହଜାର ୫୧୧ ଭୋଟ ପାଇଛନ୍ତି। ୫୦,୭୫୦ ଭୋଟ ପାଇ ବିଜେପି ପ୍ରାର୍ଥିନୀ ରିତାରାଣୀ ବଗର୍ତ୍ତି ତୃତୀୟ ସ୍ଥାନରେ ରହିଛନ୍ତି।

ସେହିଭଳି ନୂଆପଡା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୫,୩୨୦ ଭୋଟ ପାଇ ବିଜୟୀ ହୋଇଛନ୍ତି। କଂଗ୍ରେସର ଘାସିରାମ ମାଝି ୪୫,୧୩୨ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ, ବିଜେପିର ହୋମସିଂହ ମାଝି ୨୯,୧୩୨ ଭୋଟ ପାଇ ତୃତୀୟ ସ୍ଥାନରେ ଅଛନ୍ତି।

Comment