ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ୱକପ୍‌ ୨୦୧୯ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର କଡ଼ା ମୁକାବିଲା ଚାଲିଥିଲା। ଏହି ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ଟିମ୍‌ ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍‌ରେ ହରାଇଛି।

ଟସ୍‌ ଜିତି ଇଂଲଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଦକ୍ଷିଣ ଆଫ୍ରିକା। ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍‌ରେ ୩୧୧ ରନ୍‌ ସଂଗ୍ରହ କରିଛି। ଦକ୍ଷିଣ ଆଫ୍ରିକା ୩୧୨ ରନ୍‌ର ବଡ଼ ସ୍କୋରକୁ ଟାର୍ଗେଟ୍‌ରେ ରଖି ୨୦୭ରନ୍‌ରେ ଆଣ୍ଠେଇଛି।

ପ୍ରଥମ ଇନିଂସ ଆରମ୍ଭରୁ ହିଁ ଇଂଲଣ୍ଡ ଦଳକୁ ବଡ଼ ଝଟକା ଲାଗିଥିଲା। ପ୍ରଥମ ବଲ୍‌ରେ ଜନି ବେୟାରଷ୍ଟୋଙ୍କୁ ଇମ୍‌ରାନ ତାହିରଙ୍କ ଆଉଟ୍‌ କରି ପାଭିଲିୟନ୍‌ ପଠାଇଦେଇଥିଲେ। ଏହା ପରେ ଜସନ୍‌ ରୟ(୫୪) ଏବଂ ଜୋୟ ରୁଟ୍‌(୫୧)ଙ୍କ ପାର୍ଟନରସିପ୍‌ ଭଲ ପ୍ରଦର୍ଶନ କରିଥିଲା। ସେହିପରି ଅଧିନାୟକ ଇଅନ୍‌ ମୋର୍ଗାନଙ୍କ ୫୭ ଏବଂ ବେନ୍‌ ଷ୍ଟୋକ୍‌ସଙ୍କ ସର୍ବାଧିକ ୮୯ ରନ୍‌ ଇଂଲଣ୍ଡ ଟିମ୍‌କୁ ଏତେ ବଡ଼ ସ୍କୋର କରିବାରେ ସମର୍ଥ ହୋଇଛି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। ତାହିର, ଲୁଙ୍ଗି ଏବଂ ରାବଡ଼ାଙ୍କ ବୋଲିଂ ବଳରେ ଇଂଲଣ୍ଡ ଟିମ୍‌ର ବ୍ୟାଟ୍ସମ୍ୟାନ ଧରାସାୟୀ ହୋଇଥିଲେ। ତାହିର, ଲୁଙ୍ଗି ଏବଂ ରାବଡ଼ା ଯଥାକ୍ରମେ ୨, ୩ ଓ ୨ଟି ୱିକେଟ୍‌ ସଂଗ୍ରହ କରିଛନ୍ତି।

ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳର ପତ୍ତନ ଘଟିଥିଲା। ପଡ଼ିଆର ଗୋଟଏ ପଟେ ଦଳର ୱିକେଟ କିପର କ୍ୱିଣ୍ଟନ ଡିକକ୍‌ ଛିଡ଼ା ହୋଇତିବା ବେଳେ ଅନ୍ୟପଟେ ୱିକେଟର ପତ୍ତନ ଘଟିବାରେ ଲାଗିଥିଲା। ଆଫ୍ରିକା ଦଳ ପକ୍ଷରୁ କ୍ୱିଣ୍ଟନ ଡିକକ୍‌ ସର୍ବାଧିକ ୬୮ ରନ୍‌ ସଂଗ୍ରହ କରିଥିବା ବେଳେ ରସି ଡସେନ୍‌ କରିଛନ୍ତି ୫୦ ରନ୍‌। ଅନ୍ୟ କୌଣସି ଖେଳାଳୀ କୌଣସି ଆଖି ଦୃଷିଆ ରନ୍‌ କରିବାକୁ ସକ୍ଷମ ହୋଇପାରିନାହାନ୍ତି।

ଇଂଲଣ୍ଡ ଟିମ୍‌ ପକ୍ଷରୁ ଜବରଦସ୍ତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା।ଦଳ ୨କ୍ଷରୁ ଜୋଫ୍ରା ଆର୍ଚର ସର୍ବାଧିକ ୩ ୱିକେଟ ସଂଗ୍ରହ କରିଛନ୍ତି। ଏଥି ସହିତ ଘରୋଇ ଇଂଲଣ୍ଡ ଟିମ୍‌ ଦକ୍ଷିଣ ଆଫ୍ରିକାକୁ ୧୦୪ ରନ୍‌ରେ ହରାଇଛି।

Comment